Masthead

ଚୋରା କୋଇଲା ଗାଡ଼ି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଥାନା ଅଧିକାରୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ରାସ୍ତା କଡ଼କୁ ଓଲଟି ପଡିଲା ଚୋରା କୋଇଲା ଗାଡ଼ି । ଅଳ୍ପକେ ବର୍ତ୍ତିଲେ ପିରହାଟ ଥାନା ଅଧିକାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ । ଧାମରା ଭଦ୍ରକ ଦେଇ ଆସୁଥିବା ଚଳନ୍ତା ଟ୍ରେନରୁ ବିପଦ ସଂକୁଳ ଅବସ୍ଥାରେ କୋଇଲା ଆଣି ସେହି କୋଇଲାକୁ ସାଗ ମାଛ ଦରରେ ବିକ୍ରି କରିଥାନ୍ତି। ଗତକାଲି ନରେନ୍ଦ୍ରପୁରରୁ ବାହାରି ଦୁଇଟି ଚୋରା କୋଇଲା ପିକଅପ ସୁନେଇ ପୋଖରୀ ଦେଇ ଯାଉଥିବା ସମୟରେ ଖବର ପାଇ ପିରାହାଟ ଥାନା ଅଧିକାରୀ ଗୟାଧର ବେହେରା ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ ।

ଏହି ସମୟରେ କୋଇଲା ବୋଝେଇ ପିକଅପ ଗାଡିଟି ପୋଲିସ ଗାଡିକୁ ଧକ୍କାଦେଇ ରାସ୍ତା ତଳକୁ ଖସିପଡିଥିଲା । ଡ୍ରାଇଭର ଫେରାର ଥିବା ବେଲେ, ୩୫କୁଇଣ୍ଟାଲ କୋଇଲା ଜବତ କରିଛି ପୋଲିସ । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀ । ଏହି ଚୋରା କୋଇଲା ବେପାରରେ ନରେନ୍ଦ୍ର ଗାଁର ଜଣେ ମହିଳା ସାମିଲ ଥିବା ନେଇ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ