ଅପରାଧୀ ଯେତେ ଶକ୍ତିଶାଳୀ ହେଲେ ବି ସଜା ହେବା ଦରକାର: କେଜ୍ରିୱାଲ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ୭ ଦିନରେ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ଦେଇଛନ୍ତି । ଖେଳାଳିଙ୍କ ପ୍ରତି ଦେଶର ଅନ୍ତର୍ଜାତୀୟ କୁସ୍ତି ଖେଳାଳିଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ନୀରଜ ଚୋପ୍ରା, ପୂର୍ବତନ କ୍ରିକେଟର କପିଳ ଦେବଙ୍କ ସହ ଅନେକ କ୍ରୀଡ଼ାବିତ ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହିତ ସମର୍ଥନ ମଧ୍ୟ କରୁଛନ୍ତି ।

ଶନିବାର ସକାଳେ ପ୍ରିୟଙ୍କା ଗାନ୍ଧି କୁସ୍ତିଯୋଦ୍ଧାମାନଙ୍କୁ ଭେଟିବା ସହ ତାଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୁସ୍ତିଯୋଦ୍ଧାଙ୍କୁ ଭେଟିଥିଲେ। ସେ ମଧ୍ୟ ଖେଳାଳିଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ନାଁ ଉଜ୍ଜ୍ୱଳ କରିଥିବା କୁସ୍ତିଯୋଦ୍ଧାମାନେ ସମସ୍ୟାରେ ରହିଛନ୍ତି । ପୂରା ଦେଶରେ ନାଁ କୁ ଉଜ୍ଜଳ କରୁଥିବା ସବୁ ମହିଳା ଆମ ଝିଅ । ଏମାନଙ୍କୁ ନ୍ୟାୟ ମିଳିବା ଦରକାର । ଅପରାଧୀ ଯେତେ ବି ଶକ୍ତିଶାଳୀ ହୋଇଥାଉ ନା କାହିଁକି ତାକୁ କଠିନରୁ କଠିନ ସଜା ହେବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ