Masthead

ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ରାତିସାରା ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ୍‌ । ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଗତ ରାତିରେ ୫୮୦ ଡ୍ରୋନ୍‌ ଏବଂ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ୍‌  । ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ସ୍ଥାନରେ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଟେଲିଗ୍ରାମ ଆପ୍‌ରେ ଏକ ବିବୃତି ଜାରି କରି ଜେ‌ଲେନସ୍କି କହିଛନ୍ତି, ରୁଷ୍‌ ୟୁ‌କ୍ରେନରେ ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରାୟ ୫୮୦ ଡ୍ରୋନ୍‌ ଏବଂ ୪୦ କ୍ଷେପଣାସ୍ତ୍ର ମାଡ଼ କରିଛି।  ଏହାର ପା‌ଲଟା ଜବାବ ଦେଇ ୟୁ‌କ୍ରେନ୍‌ ମଧ୍ୟ ରୁଷ୍‌ରେ ଆକ୍ରମଣ କରିଛି।

ନିପ୍ରୋପେଟ୍ରୋଭସ୍କ, ମାଇକୋଲେବ୍‌, ଚେର୍ନିହିବ, ଜାପୋରିଝିଆ, ପୋଲ୍‌ଟବା, କିବ୍‌, ଓଡେଶା, ସୁମି ଏବଂ ଖାରକିବ୍ ସମେତ ୯ଟି ସ୍ଥାନରେ ରୁଷ୍‌ ଆକ୍ରମଣ କରିଛି ବୋଲି ଜେଲେନସ୍କି କହିଛନ୍ତି।  ନିପ୍ରୋରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚେର୍ନିହିବରେ ୨ଜଣଙ୍କ ମୃତ୍ୟୁ ହୋଇଛି।   ରୁଷ୍‌ ଆକ୍ରମଣର ଜବାବ ଦେଇ ୟୁକ୍ରେନ ରୁଷ୍‌ର ଦକ୍ଷିଣପଶ୍ଚିମ ସମରା ଅଞ୍ଚଳରେ ଡ୍ରୋନ୍‌ ଆକ୍ରମଣ କରିଛି ଏବଂ ଏହି ଘଟଣାରେ ୪ ଜଣଙ୍କର  ମୃତ୍ୟୁ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ