Masthead

ଆନ୍ଧ୍ର ଅଧିକାରୀମାନେ କୋଟିଆ ହଳଦୀ ଚାଷୀଙ୍କ ସହ କଲେ ଆଲୋଚନା

କୋଟିଆ (ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ୨୪ ଘଣ୍ଟା ନପୂରୁଣୁ ପଡ଼ୋଶୀ ରାଜ୍ୟର ମନମାନି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋଟିଆ ଚାଷୀଙ୍କ ଉପରେ ଏବେ ନଜର ରଖିଛି ଆନ୍ଧ୍ର । ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବାକୁ ଯୋଜନା କରୁଛି ଆନ୍ଧ୍ର । ସେଠାରେ ଉତ୍ପାଦନ ହୋଇଥିବା ହଳଦୀକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଆଇଟିଡିଏ ପ୍ରକଳ୍ପ ପ୍ରଶାସନ ତଥା ଯୁବ ଆଇଏଏସ୍ ଅଧିକାରୀ ସି. ବିଷ୍ଣୁଚରଣ ଗତକାଲି ଫାଟୁସିନେରିରେ ଡେରା ପକାଇଛନ୍ତି ।

ସେପଟେ କ୍ଷେତ୍ର ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ । କୋଟିଆରେ ଉତ୍କୃଷ୍ଟମାନର ହଳଦୀ ଉତ୍ପାଦିତ ହେଉଥିବାବେଳେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇପାରୁନାହାନ୍ତି । ଫାଇଦା ଉଠାଉଛନ୍ତି ବାହାର ରାଜ୍ୟର ବ୍ୟବସାୟୀ । ହଳଦୀ ଚାଷ ଆଳର ସ୍ଥାନୀୟ ଚାଷୀଙ୍କୁ ପ୍ରଭାବିତ କରିବାକୁ ସୁଚିନ୍ତିତ ଯୋଜନା ଚଳାଇଛନ୍ତି ଆନ୍ଧ୍ର ଅଧିକାରୀ । ସେମାନେ ଫାଟୁସିନେରିରେ ପହଞ୍ଚି ହଳଦୀ ଚାଷୀଙ୍କ ସହ କରିଛନ୍ତିି ଆଲୋଚନା । ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ ଆନ୍ଧ୍ର ସରକାର ସ୍ଥାପନ କରିବେ । ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଅଧିକାରୀମାନେ ଚାଷୀମାନଙ୍କୁ ଜଣାଇଥିଲେ । ଅଧିକ ହଳନୀ ଚାଷ କରିବା ପାଇଁ ସେମାନେ ଛାଷୀଙ୍କୁ ପରାମର୍ଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା