Masthead

ଗୋଆରେ ପାକ୍ ବହିର୍ବ୍ୟାପାର ମନ୍ତ୍ରୀ

ଗୋଆ(ବଡ଼ ଖବର ବ୍ୟୁରୋ): ଗୋଆରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟ ଜର୍ଦାରି । ଗୋଆରେ ଆୟୋଜିତ ସାଙ୍ଘାଇ ସହଯୋଗ ସମ୍ମିଳନୀ (ଏସସିଓ) ଯୋଗଦେବା ଲାଗି ଗୁରୁବାର ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାୱଲ ଗୋଆରେ ପହଞ୍ଚିଥିଲେ । ସନ୍ଧ୍ୟାରେ ବିଦେଶ ମନ୍ତ୍ରୀମାନଙ୍କ ସ୍ବାଗତ ସମାରୋହରେ ଯୋଗ ଦେଇଥିଲେ । ନୈଶଭୋଜିରେ ବିଲାୱଲ ଓ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ହାତ ମିଳାଇଥିଲେ। ଏସସିଓ ବିଦେଶ ମନ୍ତ୍ରୀମାନଙ୍କ ସ୍ବାଗତ ସମାରୋହ ତାଜ ଏକ୍ସୋଟିକା ରିସୋର୍ଟରେ ଆୟୋଜିତ ହୋଇଥିଲା। ଏଥିରେ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗଇ ଲାବ୍ରୋବ ଓ ଅନ୍ୟ ଏସ୍ସିଓ ରାଷ୍ଟ୍ରମାନଙ୍କର ବିଦେଶ ମନ୍ତ୍ରୀମାନେ ସାମିଲ ହୋଇଥିଲେ।

ଭୁଟ୍ଟୋ ଗୋଆରେ ପହଞ୍ଚିବା ପରେ ଏକ ଭିଡିଓ ଟ୍ବିଟ୍ କରି କହିଥିଲେ, ‘ସଲାମ ଫ୍ରମ୍ ଗୋଆ, ଇଣ୍ଡିଆ’। ଦୀର୍ଘ ୧୨ବର୍ଷ ପରେ ପାକିସ୍ତାନର ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ଏସ୍ସିଓ ବନ୍ଧୁ ରାଷ୍ଟ୍ରର ପ୍ରତିପକ୍ଷମାନଙ୍କ ସହ ଭୁଟ୍ଟୋ ଫଳପ୍ରଦ ଆଲୋଚନା କରିବେ ବୋଲି କହିଛନ୍ତି।  ୨୦୧୧ରେ ପାକିସ୍ତାନର ତତ୍କାଳୀନ ବିଦେଶ ମନ୍ତ୍ରୀ ହୀନା ରବାନୀ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ। ଭୁଟ୍ଟୋ କହିଛନ୍ତି, ଏସସିଓ ବୈଠକରେ ଯୋଗ ଦେବାପାଇଁ ଗୋଆରେ ପହଞ୍ଚିଥିବାରୁ ମୁଁ ଖୁବ୍ ଖୁସି। ଏସସିଓରେ ମୁଁ ପାକିସ୍ତାନ ପ୍ରତିନିଧିଙ୍କର ନେତୃତ୍ବ ନେଉଛି ଏବଂ ଆଶା କରୁଛି ଯେ ଏସସିଓ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଫଳପ୍ରଦ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ