ସୁଶୀଲ କୁମାରଙ୍କୁ ଧରିବାକୁ ଘୋଷଣା ହେଲା ପୁରସ୍କାର ରାଶି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଭିଯୁକ୍ତଙ୍କୁ ଧରାଇଦେଲେ ଦେଢ଼ ଲକ୍ଷ ପୁରସ୍କାର ରାଶି । ଏହି ଅଭିଯୁକ୍ତ ହେଲେ ରେସଲର ତଥା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସାଙ୍ଗ । ସାଗର ରାଣା ହତ୍ୟା ମାମଲାରେ ସୁଶୀଲ କୁମାର ଓ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଆଗରୁ ଏମାନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଥିଲା ଦିଲ୍ଲୀ ପୋଲିସ । ବର୍ତ୍ତମାନ ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ଦିଲ୍ଲୀ ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବାପାଇଁ ରେସଲର ସାଗର ଓ ସୁଶୀଲଙ୍କ ମଧ୍ୟରେ ମାରପିଟ ହୋଇଥିଲା ।

ଯେଉଁଥିରେ ୨୩ବର୍ଷୀୟ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁଶୀଲଙ୍କ ବ୍ୟତୀତ ୯ଜଣ ଫେରାର ହୋଇ ଯାଇଥିଲେ । ଯେଉଁଥିପାଇଁ ସେମାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ଦିଲ୍ଲୀ ଏନସିଆର ବ୍ୟତୀତ ପଡ଼ୋଶୀ ରାଜ୍ୟରେ ମଧ୍ୟ ସୁଶୀଲ କୁମାରଙ୍କ ସନ୍ଧାନ ଚାଲିଛି । କୋର୍ଟ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା ତେଣୁ ଅପରାଧିକୁ ଧରିବା ନିହାତି ଜରୁରୀ । ଆଉ ବର୍ତ୍ତମାନ ଦିଲ୍ଲୀ ପୋଲିସ ,ସୁଶୀଲଙ୍କୁ ଧରାଇଦେଲେ ୧ଲକ୍ଷ ଓ ତାଙ୍କ ସାଙ୍ଗ ମାନଙ୍କୁ ଧରାଇଦେଲେ ୫୦ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ