Masthead

ନିଷ୍ପତ୍ତି ପ୍ରତ୍ୟାହାର କଲେ ଏନସିପି ସୁପ୍ରିମୋ ଶରଦ ପାୱାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏନସିପି ସୁପ୍ରିମୋ ଶରଦ ପାୱାର ତାଙ୍କ ଇସ୍ତଫାପତ୍ର ଫେରାଇ ନେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ କାର୍ଯ୍ୟକର୍ତ୍ତମାନେ ଏକ ବୈଠକରେ ମିଳିତ ହୋଇ ଶରଦ ପାୱାରଙ୍କ ଇସ୍ଫଫା କୁ ସହଜରେ ଗ୍ରହଣ କରିପାରି ନଥିଲେ । ପୂର୍ବପରି ସେ ଦଳର ସଭାପତି ଦାୟିତ୍ୱ ସମ୍ଭାଳିବାକୁ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ପରେ ବରିଷ୍ଠ ନେତା ଜୟନ୍ତ ପାଟିଲ ଶରଦ ପାୱାରଙ୍କ ବାସଭବନକୁ ଯାଇ ବରିଷ୍ଠ କାର୍ଯ୍ୟକ୍ରତାଙ୍କ ବୈଠକ ଓ ପାରିତ ହୋଇଥିବା ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଥିଲେ । ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଶରଦ ପାୱାର ।

ଅଜିତ ପାୱାରଙ୍କ ଅନୁପସ୍ଥିତିରେ ଶରଦ ପାୱାର କହିଥିଲେ ଯେ ସେ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି । ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କର ନିଷ୍ନତ୍ତିକୁ ସେ ସମ୍ମାନ ଦେଇ ଆସିଛନ୍ତି । ଏବେ ମଧ୍ୟ ସମ୍ମାନ ଦେଉଛନ୍ତି । ଶରଦ ପାୱାର ଏନସିପିର ପୁଣି ସୁପ୍ରିମୋ ଦାୟିତ୍ୱ ବହନ କରିଥିବାରୁ ତାଙ୍କ ପୁତୁରା ଅଜିତ୍ ପାୱାରଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଏନସିପିର ସଭାପତି ହେବାକୁ ଉଦ୍ୟମ ଚଳାଇଥିବା ଅଜିତ୍ ଏବେ ଦଳରୁ ଏକଘରିଆ ହୋଇଯିବେନି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ