Masthead

ନିଷ୍ପତ୍ତି ପ୍ରତ୍ୟାହାର କଲେ ଏନସିପି ସୁପ୍ରିମୋ ଶରଦ ପାୱାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏନସିପି ସୁପ୍ରିମୋ ଶରଦ ପାୱାର ତାଙ୍କ ଇସ୍ତଫାପତ୍ର ଫେରାଇ ନେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ କାର୍ଯ୍ୟକର୍ତ୍ତମାନେ ଏକ ବୈଠକରେ ମିଳିତ ହୋଇ ଶରଦ ପାୱାରଙ୍କ ଇସ୍ଫଫା କୁ ସହଜରେ ଗ୍ରହଣ କରିପାରି ନଥିଲେ । ପୂର୍ବପରି ସେ ଦଳର ସଭାପତି ଦାୟିତ୍ୱ ସମ୍ଭାଳିବାକୁ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ପରେ ବରିଷ୍ଠ ନେତା ଜୟନ୍ତ ପାଟିଲ ଶରଦ ପାୱାରଙ୍କ ବାସଭବନକୁ ଯାଇ ବରିଷ୍ଠ କାର୍ଯ୍ୟକ୍ରତାଙ୍କ ବୈଠକ ଓ ପାରିତ ହୋଇଥିବା ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଥିଲେ । ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଶରଦ ପାୱାର ।

ଅଜିତ ପାୱାରଙ୍କ ଅନୁପସ୍ଥିତିରେ ଶରଦ ପାୱାର କହିଥିଲେ ଯେ ସେ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି । ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କର ନିଷ୍ନତ୍ତିକୁ ସେ ସମ୍ମାନ ଦେଇ ଆସିଛନ୍ତି । ଏବେ ମଧ୍ୟ ସମ୍ମାନ ଦେଉଛନ୍ତି । ଶରଦ ପାୱାର ଏନସିପିର ପୁଣି ସୁପ୍ରିମୋ ଦାୟିତ୍ୱ ବହନ କରିଥିବାରୁ ତାଙ୍କ ପୁତୁରା ଅଜିତ୍ ପାୱାରଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଏନସିପିର ସଭାପତି ହେବାକୁ ଉଦ୍ୟମ ଚଳାଇଥିବା ଅଜିତ୍ ଏବେ ଦଳରୁ ଏକଘରିଆ ହୋଇଯିବେନି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ