ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ତନାଘନା । ଆରଡିସି ଡାକିଲେ ଜରୁରୀ ବୈଠକ । ବାରିପଦା ସର୍କିଟ ହାଉସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ, ବାରିପଦା ଏଡିଏମ ଉପସ୍ଥିତ । ଟାଟାପାୱାର ଅଧିକାରୀଙ୍କ ସହ ବରିଷ୍ଠ ଅଫିସର ସାମିଲ । ସେପଟେ କ୍ଷମା ମାଗିଲେ ଏମଏସସିବିୟୁ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ । କହିଲେ ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି । ବିଲଡିଂ ଇଡକୋ ତିଆରି କରିଥିଲା । ଜେନେରେଟର ବି ସଜାଡ଼ିଥିଲା । ଡେଡିକେଟେଡ ଜେନେରେଟର ବି ଥିଲା ହେଲେ କାମ ଦେଲାନି । ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା