Masthead

ଦୁଇ ରାଜ୍ୟର ସରକାର ସମାଧାନର ରାସ୍ତା ଖୋଜନ୍ତୁ: ରାଜେନ୍ଦ୍ର ସିଂହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ସଙ୍କଟର ସମାଧାନ ଟ୍ରିବ୍ୟୁନାଲର ପରିସର ଭିତରେ ସମ୍ଭବ ନୁହଁ । ଦୁଇ ରାଜ୍ୟର ସରକାର ସମାଧାନର ରାସ୍ତା ଖୋଜନ୍ତୁ ବୋଲି କହିଛନ୍ତି ରାଜେନ୍ଦ୍ର ସିଂହ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ନାଗରିକମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ । ଏନେଇ ୭ ତାରିଖରେ ଭୁବନେଶ୍ୱରରେ ଆଲୋଚନା ସଭା ହେବ । ପୁରୀରେ ୮ ଓ ୯ ତାରିଖରେ ବନ୍ୟା ଓ ମରୁଡ଼ି ସଂକ୍ରାନ୍ତରେ ଜାତୀୟ ଜଳ ସମ୍ମିଳନୀ ହେବ । ମହାନଦୀ ଆଜି ଚରମ ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି । ଅଣ ମୌସୁମୀ ସମୟରେ ମହାନଦୀ ଶଯ୍ୟା ଶୁଖିଲା ପଡୁଛି । ମହାନଦୀ କୂଳରେ ଥିବା ଅନେକ ଗାଁ ଓ ସହରାଞ୍ଚଳରେ ପାଣି ମିଳୁନାହିଁ ।

ଏହି ଭଳି ଅବସ୍ଥାରେ ଓଡ଼ିଶା ସରକାର ଓ ଓଡ଼ିଶାର ନାଗରିକ ସମାଜ ଓ ରାଜନୈତିକ ଦଳ ମାନେ ଚୁପ୍ ହୋଇ ବସିରହିଲେ ଅବସ୍ଥା ସଙ୍ଗୀନ ହେବ ବୋଲି ଆଜି ଭୁବନେଶ୍ୱରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିନୀରେ ଜଳ ମାନବ ଡ.ରାଜେନ୍ଦ୍ର ସିଂହ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ମହାନଦୀ ର ସମସ୍ୟା ଓ ସଙ୍କଟର ସମାଧାନ ପାଇଁ କେବଳ ଟ୍ରିବ୍ୟୁନାଲ ଉପରେ ନିର୍ଭର କଲେ ଚଳିବ ନାହିଁ । ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆପୋଷ ଆଲୋଚନାର ଦ୍ଵାର ବନ୍ଦ ହେବା ଉଚିତ୍ ନୁହଁ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରୟାସ ଜାରି ରଖିବା ଦରକାର । ଏଥିପାଇଁ ଦରକାର ପଡ଼ିଲେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ବୋଲି ଡ.ରାଜେନ୍ଦ୍ର ସିଂହ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?