Masthead

ଦୁଇ ରାଜ୍ୟର ସରକାର ସମାଧାନର ରାସ୍ତା ଖୋଜନ୍ତୁ: ରାଜେନ୍ଦ୍ର ସିଂହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ସଙ୍କଟର ସମାଧାନ ଟ୍ରିବ୍ୟୁନାଲର ପରିସର ଭିତରେ ସମ୍ଭବ ନୁହଁ । ଦୁଇ ରାଜ୍ୟର ସରକାର ସମାଧାନର ରାସ୍ତା ଖୋଜନ୍ତୁ ବୋଲି କହିଛନ୍ତି ରାଜେନ୍ଦ୍ର ସିଂହ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ନାଗରିକମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ । ଏନେଇ ୭ ତାରିଖରେ ଭୁବନେଶ୍ୱରରେ ଆଲୋଚନା ସଭା ହେବ । ପୁରୀରେ ୮ ଓ ୯ ତାରିଖରେ ବନ୍ୟା ଓ ମରୁଡ଼ି ସଂକ୍ରାନ୍ତରେ ଜାତୀୟ ଜଳ ସମ୍ମିଳନୀ ହେବ । ମହାନଦୀ ଆଜି ଚରମ ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି । ଅଣ ମୌସୁମୀ ସମୟରେ ମହାନଦୀ ଶଯ୍ୟା ଶୁଖିଲା ପଡୁଛି । ମହାନଦୀ କୂଳରେ ଥିବା ଅନେକ ଗାଁ ଓ ସହରାଞ୍ଚଳରେ ପାଣି ମିଳୁନାହିଁ ।

ଏହି ଭଳି ଅବସ୍ଥାରେ ଓଡ଼ିଶା ସରକାର ଓ ଓଡ଼ିଶାର ନାଗରିକ ସମାଜ ଓ ରାଜନୈତିକ ଦଳ ମାନେ ଚୁପ୍ ହୋଇ ବସିରହିଲେ ଅବସ୍ଥା ସଙ୍ଗୀନ ହେବ ବୋଲି ଆଜି ଭୁବନେଶ୍ୱରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିନୀରେ ଜଳ ମାନବ ଡ.ରାଜେନ୍ଦ୍ର ସିଂହ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ମହାନଦୀ ର ସମସ୍ୟା ଓ ସଙ୍କଟର ସମାଧାନ ପାଇଁ କେବଳ ଟ୍ରିବ୍ୟୁନାଲ ଉପରେ ନିର୍ଭର କଲେ ଚଳିବ ନାହିଁ । ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆପୋଷ ଆଲୋଚନାର ଦ୍ଵାର ବନ୍ଦ ହେବା ଉଚିତ୍ ନୁହଁ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରୟାସ ଜାରି ରଖିବା ଦରକାର । ଏଥିପାଇଁ ଦରକାର ପଡ଼ିଲେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ବୋଲି ଡ.ରାଜେନ୍ଦ୍ର ସିଂହ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା