Masthead

‘ଚନ୍ଦ୍ରମଣି ସ୍ୱାଇଁଙ୍କୁ ଗିରଫ କରାଯାଉ’

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ବ୍ରଜରାଜନଗର ବିଜେଡିରେ ଫାଟ । ନିର୍ବାହୀ ଅଧିକାରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ରଜରାଜନଗର ପୌର ଅଧ୍ୟକ୍ଷ ଯଜ୍ଞାଶିନୀ ଓରାମ । ନିର୍ବାହୀ ଅଧରକାରୀ ଚନ୍ଦ୍ରମଣି ସ୍ୱାଇଁ ଧମକ ଦେଉଥିବା ଅଭିଯୋଗ । ଚନ୍ଦ୍ରମଣି ସ୍ୱାଇଁ ସବୁ କାର୍ଯ୍ୟରେ ପିସି ନେଉଥିବା ଅଭିଯୋଗ କରିଛନ୍ତି ଯଜ୍ଞାଶିନୀ । ଚନ୍ଦ୍ରମଣି ସ୍ୱାଇଁଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଯଜ୍ଞାଶିନୀ ଓରାମ ।

ଯଜ୍ଞାଶିନୀ ଓରାମ ବ୍ରଜରାଜନଗର ନିର୍ବାହୀ ଅଧିକାରୀ ତଥା ଭାଇସ ଚେୟାରମେନ ଗୋପାଳ ସିତାନିଙ୍କ ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯଜ୍ଞାସିନୀ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଦ୍ଵାରା ତାଙ୍କୁ ଧମକ ଦେଇ ଗୁଣ୍ଡା ପଠାଇବାର ଅଭିଯୋଗ କରିଛନ୍ତି । ଶ୍ରୀମତୀ ଓରାମଙ୍କ କହିବା ଅନୁସାରେ ଚନ୍ଦ୍ରମଣି ସ୍ୱାଇଁ ଗୋଟିଏ ଏସଟି ମହିଳାକୁ ଅପମାନ କରିଛନ୍ତି ।

ବିଗତ କିଛି ବର୍ଷ ଭିତରେ ବ୍ରଜରାଜନଗର ପୌର ପରିଷଦରେ ଯାହା କାମ ହେଇଛି ସବୁ କାମର ତଦନ୍ତ କରାଯାଉ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବି କରିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ଯଜ୍ଞାସିନୀ । ନିର୍ବାହୀ ଅଧିକାରୀକୁ ତୁରନ୍ତ ସ୍ଥାନ୍ତରିତ କରି ତାଙ୍କୁ ଗିରଫ କରାଯିବା ସହ ଦୁର୍ନୀତିର ତଦନ୍ତ କରାଯାଉ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ