Masthead

କୋର୍ଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ସରପଞ୍ଚ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଥାନରେ ପୋଲିସକୁ ସରପଞ୍ଚଙ୍କ ଆକ୍ରମଣ ଘଟଣାରେ କୋର୍ଟରେ ସରପଞ୍ଚ ଙ୍କ ଆତ୍ମସମର୍ପଣ । ସୁରକ୍ଷା ଦାତା ନ୍ୟାୟ ପାଇବାକୁ ବିତିଗଲା ୩୭ ଦିନ । ଚତୁରତାର ସହିତ ଚାନ୍ଦବାଲି କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇ ଖସିଗଲେ ଅଭିଯୁକ୍ତ ସରପଞ୍ଚ ପ୍ରଫୁଲ୍ଲ ବେହୁରା। ସେପଟେ ପୋଲିସର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ। ସ୍ୱଚନା ଅନୁଯାୟୀ ଗତ ୪ ତାରିଖ ରାତିରେ ବାଂଶଡା ଥାନା ଅଧିନ ଜଳେଶ୍ୱରପୁର ସରପଞ୍ଚ ପ୍ରଫୁଲ୍ଲ ବେହୁରା ଘରୋଇ କେସ୍ ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିଲେ। ପୋଲିସ ଏଏସଆଇ ଗଙ୍ଗା ସିଂକୁ ଜାତିଆଣ ନେଇ ଗାଳି ଗୁଲଜ ମଧ୍ୟ କରିଥିଲେ।

ଏନେଇ ଏଏସଆଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ସରପଞ୍ଚଙ୍କ ବିରୋଧ କେଶ କରାଯାଇଥିବା ବେଳେ ସରପଞ୍ଚଙ୍କ ଗାଳି ଗୁଲଜର ସମସ୍ତ ଭିଡିଓ ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଏହି କେଶର ତଦନ୍ତ ଭାର ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ନେଇଥିବା ଅତି ଚତୁରତାର ସହ ସରପଞ୍ଚ ପ୍ରଫୁଲ୍ଲ ବେହୁରା ଚାନ୍ଦବାଲି ମାଜିଷ୍ଟ୍ରେଟଙ୍କ ଆଗରେ ଆତ୍ମସମର୍ପଣ କରିଥିବା ବେଳେ କୋର୍ଟ ତାଙ୍କୁ ଏକ ସର୍ତମୂଳକ ଯାମିନ ପ୍ରଦାନ କରିଛନ୍ତି । ଏଠି ସାଧାରଣରେ ପ୍ରଶ୍ନ ଯଦି ସାଧାରଣଲୋକ କିଛି ଭୁଲ କଲେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରୁଛି କିନ୍ତୁ ପୋଲିସ ସରପଞ୍ଚଙ୍କୁ ଗିରଫ କରିବା ବଦଳରେ କୋର୍ଟକୁ ସିଡ଼ି ଦେଇ ଜାମିନର ବାଟ ଦେଖାଇ ଦେଇଛନ୍ତି । ଏଠି ଦାୟିତ୍ୱରେ ଥିବା ପୋଲିସ କେଉଁଠି ନା କେଉଁଠି ଅର୍ଥବଳ କିମ୍ବା ଶାସନ ଦଳରେ ଚାପି ହୋଇ ଏମିତି କରିଥିବା ସାଧାରଣରେ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା