Masthead

ବିଗ୍ ବ୍ରେକିଂ: ଯୁବକଙ୍କୁ ହତ୍ୟା କଲେ ବନ କର୍ମଚାରୀ!

ବାଣପୁର (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ପଦା ହେବାରେ ଲାଗିଛି। ବନ କର୍ମଚାରୀଙ୍କ ଜ୍ଞାତସାରରେ ଚାଲିଛି ଜଙ୍ଗଲ ଲୁଟ୍। ନିଜ ଦୋଷଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ବନ କର୍ମଚାରୀମାନେ ହିଂସ୍ର ହୋଇଉଠିଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ବନ କର୍ମଚାରୀଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଉତ୍ତେଜନା ଲାଗି ରହିବାରୁ ବନ କର୍ମଚାରୀମାନେ ପୋଲିସର ଶରଣାପନ୍ନ ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୃତ ଯୁବକଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏଭଳି ଘଟଣା ଘଟିଛି ବାଲୁଗାଁ ବନଖଣ୍ଡ ଅଧୀନସ୍ଥ ବରବରା ଜଙ୍ଗଲରେ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୨) ସୋମବାର ସନ୍ଧ୍ୟାରେ ସଂରକ୍ଷିତ ବରବରା ଜଙ୍ଗଲକୁ ତାଙ୍କର ଅନ୍ୟ ତିନି ବନ୍ଧୁଙ୍କ ସହ କାଠ ପାଇଁ ଆସିଥିଲେ। ପୂର୍ବରୁ ଖବର ପାଇ ଜଗିରହିଥିଲେ ବନ ବିଭାଗ କର୍ମଚାରୀ। ବନ କର୍ମାଚାରୀଙ୍କୁ ଦେଖି ଅନ୍ୟମାନେ ଖସି ପଳାଇଥିଲେ। ମାତ୍ର ଧରାପଡ଼ି ଯାଇଥିଲେ ବଳଭଦ୍ର। ଧରାପଡ଼ିବା ପୂର୍ବରୁ ବଳଭଦ୍ର ଓ ବନ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସନ୍ଦେହ କରାଯାଉଛି। ବଳଭଦ୍ରଙ୍କ ସ୍ତ୍ରୀ ପ୍ରତିମା ବେହେରା ଅଭିଯୋଗ କରିଛନ୍ତି ଯେ ଏହି ଧସ୍ତାଧସ୍ତିରେ ବଳଭଦ୍ର ଗୁରୁତର ହୋଇଥିଲେ। ବୁଦ୍ଧିଶୂନ୍ୟ ହୋଇଯାଇଥିଲା ବନ କର୍ମଚାରୀମାନଙ୍କର। ଆହତ ବଳଭଦ୍ରଙ୍କୁ ପ୍ରଥମେ ସେମାନେ ନୀଳାଦ୍ରୀପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ବଳଭଦ୍ର ଗୁରୁତର ଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ବଳଭଦ୍ରଙ୍କର ଆଜି ମୃତ୍ୟୁ ହୋଇଛି। ଏହି ଖବର ବିଜୁଳି ବେଗରେ ବ୍ୟାପିଯାଇଥିଲା। ଖବର ପାଇ ବାଣପୁର ପୋଲିସ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯଇଥିଲେ। ପରେ ବାଣପୁର ପୋଲିସ ଶବ ଜବତ କରି ମର୍ଗ ହାଉସରେ ରଖିଛି।

ଅପରାହ୍ନରେ ମୃତ ବଳଭଦ୍ରଙ୍କ ପରିବାର, ଗ୍ରାମବାସୀ ଓ ସରପଞ୍ଚଙ୍କ ପ୍ରତିନିଧି ପହଞ୍ଚିଥିଲେ ବାଣପୁର ଡାକ୍ତରଖାନାରେ। ବନ ବିଭାଗ କର୍ମଚାରୀଙ୍କ ମାଡ଼ରେ ବଳଭଦ୍ରଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ସ୍ତ୍ରୀ ପ୍ରତିମା ବେହେରା ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ବାଧ୍ୟ ହୋଇ ବାଲୁଗାଁ ଓ ଟାଙ୍ଗୀ ଥାନାରୁ ପୋଲିସ କର୍ମଚାରୀଙ୍କ ସହ ତିନି ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ବୁଝାଶୁଝା ପରେ ପ୍ରତିମା ବାଣପୁର ଥାନାରେ ବନ କର୍ମଚାରୀଙ୍କ ବିରୋଧରେ ଦେଇଛନ୍ତି ଏତଲା।

ବାଲୁଗାଁ ଏସଡିପିଓ କହିଛନ୍ତି, ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ। ତେଣେ ବନ ବିଭଗ ଅଧିକାରୀ ଘଟଣା ସମ୍ପର୍କରେ ମୁହଁ ଖୋଲିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ