Masthead

ବିଗ୍ ବ୍ରେକିଂ: ଯୁବକଙ୍କୁ ହତ୍ୟା କଲେ ବନ କର୍ମଚାରୀ!

ବାଣପୁର (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ପଦା ହେବାରେ ଲାଗିଛି। ବନ କର୍ମଚାରୀଙ୍କ ଜ୍ଞାତସାରରେ ଚାଲିଛି ଜଙ୍ଗଲ ଲୁଟ୍। ନିଜ ଦୋଷଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ବନ କର୍ମଚାରୀମାନେ ହିଂସ୍ର ହୋଇଉଠିଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ବନ କର୍ମଚାରୀଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଉତ୍ତେଜନା ଲାଗି ରହିବାରୁ ବନ କର୍ମଚାରୀମାନେ ପୋଲିସର ଶରଣାପନ୍ନ ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୃତ ଯୁବକଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏଭଳି ଘଟଣା ଘଟିଛି ବାଲୁଗାଁ ବନଖଣ୍ଡ ଅଧୀନସ୍ଥ ବରବରା ଜଙ୍ଗଲରେ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୨) ସୋମବାର ସନ୍ଧ୍ୟାରେ ସଂରକ୍ଷିତ ବରବରା ଜଙ୍ଗଲକୁ ତାଙ୍କର ଅନ୍ୟ ତିନି ବନ୍ଧୁଙ୍କ ସହ କାଠ ପାଇଁ ଆସିଥିଲେ। ପୂର୍ବରୁ ଖବର ପାଇ ଜଗିରହିଥିଲେ ବନ ବିଭାଗ କର୍ମଚାରୀ। ବନ କର୍ମାଚାରୀଙ୍କୁ ଦେଖି ଅନ୍ୟମାନେ ଖସି ପଳାଇଥିଲେ। ମାତ୍ର ଧରାପଡ଼ି ଯାଇଥିଲେ ବଳଭଦ୍ର। ଧରାପଡ଼ିବା ପୂର୍ବରୁ ବଳଭଦ୍ର ଓ ବନ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସନ୍ଦେହ କରାଯାଉଛି। ବଳଭଦ୍ରଙ୍କ ସ୍ତ୍ରୀ ପ୍ରତିମା ବେହେରା ଅଭିଯୋଗ କରିଛନ୍ତି ଯେ ଏହି ଧସ୍ତାଧସ୍ତିରେ ବଳଭଦ୍ର ଗୁରୁତର ହୋଇଥିଲେ। ବୁଦ୍ଧିଶୂନ୍ୟ ହୋଇଯାଇଥିଲା ବନ କର୍ମଚାରୀମାନଙ୍କର। ଆହତ ବଳଭଦ୍ରଙ୍କୁ ପ୍ରଥମେ ସେମାନେ ନୀଳାଦ୍ରୀପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ବଳଭଦ୍ର ଗୁରୁତର ଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ବଳଭଦ୍ରଙ୍କର ଆଜି ମୃତ୍ୟୁ ହୋଇଛି। ଏହି ଖବର ବିଜୁଳି ବେଗରେ ବ୍ୟାପିଯାଇଥିଲା। ଖବର ପାଇ ବାଣପୁର ପୋଲିସ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯଇଥିଲେ। ପରେ ବାଣପୁର ପୋଲିସ ଶବ ଜବତ କରି ମର୍ଗ ହାଉସରେ ରଖିଛି।

ଅପରାହ୍ନରେ ମୃତ ବଳଭଦ୍ରଙ୍କ ପରିବାର, ଗ୍ରାମବାସୀ ଓ ସରପଞ୍ଚଙ୍କ ପ୍ରତିନିଧି ପହଞ୍ଚିଥିଲେ ବାଣପୁର ଡାକ୍ତରଖାନାରେ। ବନ ବିଭାଗ କର୍ମଚାରୀଙ୍କ ମାଡ଼ରେ ବଳଭଦ୍ରଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ସ୍ତ୍ରୀ ପ୍ରତିମା ବେହେରା ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ବାଧ୍ୟ ହୋଇ ବାଲୁଗାଁ ଓ ଟାଙ୍ଗୀ ଥାନାରୁ ପୋଲିସ କର୍ମଚାରୀଙ୍କ ସହ ତିନି ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ବୁଝାଶୁଝା ପରେ ପ୍ରତିମା ବାଣପୁର ଥାନାରେ ବନ କର୍ମଚାରୀଙ୍କ ବିରୋଧରେ ଦେଇଛନ୍ତି ଏତଲା।

ବାଲୁଗାଁ ଏସଡିପିଓ କହିଛନ୍ତି, ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ। ତେଣେ ବନ ବିଭଗ ଅଧିକାରୀ ଘଟଣା ସମ୍ପର୍କରେ ମୁହଁ ଖୋଲିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍