Masthead

୪୩ ବର୍ଷ ବୟସରେ ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ଟେନିସ୍ ତାରକା ରୋହନ ବୋପନ୍ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଟେନିସ ତାରକା ରୋହନ ବୋପନ୍ନା। ୪୪ବର୍ଷରେ ବି ୟଙ୍ଗ୍। ମାର୍ଚ୍ଚ ୪ ତାରିଖ ପରେ ୪୩ ପୂରି ୪୪ ଚାଲିବ। ଜୀବନର ଅଧାରୁ ଅଧିକ ସମୟ ସରିଗଲାଣି କହିଲେ ସରେ। ଏ ବୟସରେ ଆପଣଙ୍କ ପିଠି ଯନ୍ତ୍ରଣା, ଗୋଡ଼ ବିନ୍ଧା, ରକ୍ତ ସଂଚାଳନରେ ଶିଥିଳତା ଦେଖାଦିଏ। କହିବାକୁ ଗଲେ ଶରୀର ବୋଲମାନେନି। ହେଲେ ରୋହନ ବୋପାନ୍ନାଙ୍କ ହେଲ୍ଥ ଡିକ୍ସନାରୀରେ ଏସବୁ ଡିଲିଟ୍। ଟେନିସରେ ଅଷ୍ଟେଲିୟାନ୍ ଓପନ୍ ଟାଇଟଲକୁ ଧରିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ଥାଏ। ବୋଧେ ବୋପାନ୍ନା ଏହା ହିଁ ଭାବିଛନ୍ତି ଯେ ଅବସର ନେବା ପୂର୍ବରୁ ଦେଖିଥିବା ସ୍ବପ୍ନ ସାକାର ହେବା ଦରକାର।

ଯାହା କରି ଦେଖାଇଛନ୍ତି ରୋହନ୍ ବୋପାନ୍ନା। କିଛି ଘଣ୍ଟା ପୂର୍ବରୁ ଡବଲ୍ସରେ ବିଶ୍ବରେ ନମ୍ବର ୱାନ ସ୍ଥାନରେ ବୋପାନ୍ନ ଯେ ଅଷ୍ଟେଲିଆନ୍ ଓପନ୍ସ ଟାଇଟଲ ବିଜୟ ଲାଭ କରିବେ ବୋଧେ କେହି ଆଶା କରିନଥିବେ। କାରଣ ଫାଇନାଲରେ ତାଙ୍କ ବିପକ୍ଷରେ ଥିଲେ ଖୁବ୍ ୟଙ୍ଗ୍ ପ୍ଲେୟାର। ସେ ଯାହା ହେଉନା କାହିଁକି ଖେଳ ଜୀବନର ଶେଷ ସମୟରେ ଏହି ଟ୍ରଫି ନିଶ୍ଚିତ ଆଗ ଜୀବନକୁ ଶାନ୍ତି ଦେବ। ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାରେ ରୋହନ ବୋପନ୍ନା ହେଉଛନ୍ତି ତୃତୀୟ ଭାରତୀୟ। ଦିନକ ପୂର୍ବରୁ ସେ ସବୁଠାରୁ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ ରାଙ୍କରେ ପହଞ୍ଚିଥିଲେ। ଏଥିସହିତ ଗୁରୁବାର ତାଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର