Masthead

କଅଁଳ ବୟସରେ ଯନ୍ତ୍ରଣା

ପାରାଦୀପ(ବଡ଼ ଖବର ବ୍ୟୁରୋ):  କଅଁଳ ବୟସରେ ଯନ୍ତ୍ରଣା । ପ୍ରିୟଙ୍କା ମାଇତି , ବୟସ ୭,ତାଙ୍କ ସାନଭାଇ ସାଇ ମାଇତି , ବୟସ ୪ । ଦୁହେଁ ଜନ୍ମର କିଛି ମାସ ପରେ ବିକଳାଙ୍ଗ। କେବଳ ବିଛଣା ଆଉ ବାପା ମାଙ୍କ କୋଳରେ କଟୁଛି ଏମାନଙ୍କ ଶୈଶବ। ନା ଭଲ ଭାବେ କଥା କହି ପାରୁଛନ୍ତି ନା ନିଜ ହାତରେ ଖାଇ ପାରୁଛନ୍ତି। ବୟସ ବଢିବା ସଙ୍ଗେ ସଙ୍ଗେ ସତେ ଯେମିତି ଏମାନେ ବାପା ମାଙ୍କ ପାଇଁ ବୋଝ ପାଲଟିବାକୁ ବସିଲେଣି। ପାରାଦୀପ ନିକଟସ୍ଥ ନୂଆଗଡ ପଞ୍ଚାୟତ ଭିମାନାସୀ ଗାଁର ଏକ ଛୋଟ କୁଡିଆ ଘରେ ରୁହନ୍ତି ଶଙ୍କର ଆଉ ତାପସି ମାଇତି। ମୂଲ ଲାଗିଲେ ଏମାନଙ୍କର ଚୁଲି ଜଳେ । ତଥାପି ପିଲାମାନଙ୍କର ଚିକିତ୍ସାରେ ସେମାନେ ଅବହେଳା କରିନାହାନ୍ତି ।

ଡାକ୍ତର ପରାମର୍ଶ ଦେଇଛନ୍ତି ଉନ୍ନତ ଚିକିତ୍ସା ହେଲେ କିଛି ମାତ୍ରାରେ ଲାଘବ ହେଇ ପାରନ୍ତା ଏମାନଙ୍କ ଦୁଃଖ। ସରକାର, ସ୍ଥାନୀୟ ପ୍ରଶାସନ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚôପାରୁ ନାହିଁ ଏଇ ପରିବାରର ଦୁଃଖ କାହାଣୀ । ସାଇ ଆଉ ପ୍ରିୟଙ୍କାଙ୍କ ନିରୀହ ଆଖିରେ ଅସରନ୍ତି ସ୍ଵପ୍ନ । ମାତ୍ର ଜୀବନ ଯନ୍ତ୍ରଣାରେ ଛଟପଟ ସେମାନେ ପ୍ରତିକ୍ଷଣରେ ହେଉଛନ୍ତି ଛଟପଟ । ଯଦି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଏମାନଙ୍କୁ ସାହାଯ୍ୟର ହାତ ବଢାନ୍ତେ ଏମାନଙ୍କ ମୁହଁରେ ହସ ଫୁଟି ପାରନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି