Masthead

ଆଜ୍ଞା ପଇସା ପଠାଇଥିଲି ପାଇଲୁ ତ?

ରାୟଗଡ଼ା (ବଡ଼ ଖବର ବ୍ୟୁରୋ):  ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲା କି? ଅଫିସର ଆଜ୍ଞା କହିଲା ବୋଲି ନାଲା ଆଉ ସଦବ ମାଗିଆସିଥିଲା । ଟଙ୍କା ଦେ ବୋଲି ମାଗିବାରୁ ଦେଇଛି । ତତେ ମିଳିଲା ନା ନାହିଁ ବୋଲି ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣେ ଡଙ୍ଗରିଆ ଝିଅ ପ୍ରଶ୍ନ କରିଛି । ନିୟମଗିରି ପାହାଡରୁ ଆସି ଜଣେ ଡଙ୍ଗରିଆ ଝିଅର ଅତିରିକ୍ତ ଜିଲାପାଳଙ୍କୁ ଏଭଳି ପ୍ରଶ୍ନ ସଭିଙ୍କୁ ଚକିତ କରିଦେଇଛି । ଡ଼ଙ୍ଗରିଆ ବସ୍ତିରେ ବିକାଶ ପାଣ୍ଠି କେତେଯେ ହରିଲୁଟ ହେଉଛି ତାହା ସ୍ପଷ୍ଟ ହୋଇଯାଇଛି । ନିୟମଗିରି ପାର୍ବତମାଳାରେ ରହୁଥିବା ଆଦୀମ ଜନଜାତିଙ୍କ କୃଷିର ବିକାଶ ନାରାଦେଇ ଚାଟିକୋଣା ଠାରେ ଓପିଲିପି ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତକରଣ ଓ ଜୀବିକା ଉନତିକରଣ (ଓପିଲିପି) କରୁଛି ପ୍ରତାରଣା ।

ପ୍ରବେଶ ଦ୍ୱାରରେ ଓଡ଼ିଶା ସରକାର, ଆଇଫାଡ ଓ ଓପିଲିପିର ବଡ଼ ବଡ଼ ସୂଚନା ଫଳକ ଲଗାଇ ପାହାଡ଼ ଭିତରେ ନିରୀହ ଆଦିବାସୀଙ୍କ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରୁଛନ୍ତି ଏହି ବିଭାଗର ତଳ ଠାରୁ ଉପର କର୍ମଚାରୀମାନେ । ଆଉ ଋତୁଭିତ୍ତିକ ଚାଷ, ବ୍ୟବସାୟ ନାମରେ ୨୭ହଜାର ଟଙ୍କା ଦେଇ ସେଥିରୁ ୬ହଜାର ଟଙ୍କା କିଭଳି ବାଟମାରଣା କରିନେଇଛନ୍ତି ଏହି ବାବୁମାନେ ତାହାର ନିଚ୍ଛକ ଉଦାହରଣ ଡଙ୍ଗରିଆ ମହିଳା ଟିମି ପୁଷିକଙ୍କ ଅଭିଯୋଗ ।

ଡଙ୍ଗରିଆ ମହିଳା ଟିମି ପୁଷିକା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବ୍ୟବସାୟ ନାମରେ ଦିଆଯାଇଥିବା ୨୭ହାଜର ଟଙ୍କାରୁ ୬ହଜାର ଟଙ୍କା କିପରି ଡିକେଡିଏ ଅଧୀନରେ କାର୍ଯ୍ୟ କରୁଥିବା ଓପିଲିପିର ବାବୁମାନେ ବାଟମାରଣା କରିଛନ୍ତି ସେ ସମ୍ପର୍କରେ ଅନର୍ଗଳ କହିଚାଲିଥିଲେ । ବାଲାପାଇଁ ଗାଁର ୬ଜଣ ଶିଶୁଙ୍କ ପୁଷ୍ଟି ସାଧନ ପାଇଁ ରୋଷେଇ କରି ଯୋଗାଇବା ପାଇଁ ଟିମିଙ୍କୁ ନିୟୋଜିତ କରାଯାଇଛି ।

ନିଜ ପାଖରେ ଥିବା ଟଙ୍କାରୁ ସେ ପିଲାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଖରିଦ କରି ଦେଇଛନ୍ତି । ମାସିକ ୩ଜହାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ମିଳିପାରିନଥିବା ସେ ଅଭିଯୋଗ କରିଛନ୍ତି । ଆଉ ସମସ୍ୟାରେ ଛନ୍ଦି ହୋଇଯିବା ପରେ ଅଭିଯୋଗ କରିବା ପାଇଁ ନିଜ ଭାଇକୁ ସାଥିରେ ଧରି ପାହାଡ ଛାଡି ସହରକୁ ଆସିଥିବା ସେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ପାହାଡ ଭିତର ଗୋଟିଏ ଗାଁ ବାଲାପାଇର ଏହା ହେଉଛି ବିକଳ ଚିତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା