Masthead

ସ୍ତ୍ରୀ ସରପଞ୍ଚ, ଗାଦି ସମ୍ଭାଳୁଛନ୍ତି ସ୍ୱାମୀ

ବଲାଙ୍ଗୀର  (ବଡ଼ ଖବର ବ୍ୟୁରୋ):  ସ୍ତ୍ରୀ ସରପଞ୍ଚ । କିନ୍ତୁ ସବୁ କାର୍ଯ୍ୟ କରନ୍ତି ତାଙ୍କ ସ୍ଵାମୀ । ଏପରିକି ପଞ୍ଚାୟତ ସମିତି ବୈଠକରେ ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ସ୍ଵାମୀ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ଏ କଥାକୁ ସ୍ୱୀକାର କରିଛନ୍ତି ସରପଞ୍ଚଙ୍କ ସ୍ଵାମୀ ଭୋଜରାଜ ନାଏକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ରୁତୁମ୍ବର ନାଏକ । ସେ ନାଁକୁ ମାତ୍ର ସରପଞ୍ଚ । ହେଲେ ପଞ୍ଚାୟତର ସବୁ କାର୍ଯ୍ୟ ତାଙ୍କ ସ୍ଵାମୀ ଭୋଜରାଜ ତୁଲାଇଥାନ୍ତି ।

ଵର୍ଷେ ଧରି ସେ ପଞ୍ଚାୟତର କାର୍ଯ୍ୟ କରି ଆସୁଥିବା ବେଳେ ଆଜି ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ନିଜେ ତା’ର ପ୍ରମାଣ କରି ଦେଇଛନ୍ତି । ଏମିତି କି ସେ ଏହାକୁ ସ୍ୱୀକାର ବି କରିଛନ୍ତି । ସ୍ତ୍ରୀର ଦେହ ଭଲ ନଥିବାରୁ ସେ ବୈଠକରେ ଯୋଗ ଦେଇଥିବା କହିଛନ୍ତି । କେବଳ ଏତିକି ନୂହେଁ ପଞ୍ଚାୟତର ପ୍ରାୟ ସବୁ କାର୍ଯ୍ୟ ନିଜେ ବୁଝନ୍ତି ବୋଲି କହିଛନ୍ତି ସରପଞ୍ଚଙ୍କ ସ୍ଵାମୀ ଭୋଜରାଜ ନାଏକ । ସେପଟେ କେବଳ ନିର୍ବାଚିତ ପ୍ରତିନିଧି ହିଁ ବୈଠକରେ ଯୋଗଦେଇ ପାରିବେ ବୋଲି କହିଛନ୍ତି ପାଟଣାଗଡ଼ ବିଡିଓ ।

ଏନେଇ ସମ୍ପୃକ୍ତ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି ବିଡିଓ କହିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅନେକ ମହିଳା ଘରୁ ପଦାକୁ ଗୋଡ କାଢ଼ି ସ୍ୱାବଲମ୍ବୀ ହୋଇଥିବା ନଜିର୍ ବି ରହିଛି । ଏଥିସହ ନିର୍ବାଚନରେ ମହିଳାଙ୍କୁ ବି ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ହେଲେ ନିର୍ବାଚିତ ମହିଳା ସରପଞ୍ଚଙ୍କ ଜାଗାରେ ତାଙ୍କ ସ୍ଵାମୀ କାର୍ଯ୍ୟ କରିବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପେକ୍ଷା ଏ ଦିଗରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ