Masthead

ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜରାସ୍ତାରେ ବିଜେପି କର୍ମୀ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ):   କେନ୍ଦୁଝର ବିଧାୟକ ତଥା ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ । ପୋଲିସ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲା । କିନ୍ତୁ ଏ ଯାଏଁ ପୋଲିସ କାହାକୁ ଗିରଫ କରିନି । ଏ ନେଇ ଆଜି ଗାନ୍ଧି ଛକରେ ଏଲଏଚ ୪୯ ଅବରୋଧ କରିଛନ୍ତି ବଜେପି କର୍ମୀ । ଆଉ ଏଥିରେ ନିଜେ ମୋହନ ମାଝୀ ସାମିଲ ହେବା ସହିତ ବିଜେପିର ଆଉ ୯ ଜଣ ବିଧାୟକ ସାମିଲ ହୋଇଛନ୍ତି ।

ଏହି ଘଟଣାକୁ ନେଇ ଜଣେ ବିଜେପି କର୍ମୀ କହିଛନ୍ତି, ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ କରିଥିବା ଆଭିଯୁକ୍ତକୁ ୨୪ ଘଣ୍ଟା ଭିତରେ ଗିରଫ କରିବାକୁ ଜିଲ୍ଲା ଏସପି କହିଥିଲେ । ଅଭିଯୁକ୍ତମାନେ ଯେଉଁ ବାଇକରେ ଆସି ବୋମାମଡ କରିଥିଲେ ସେହି ବାଇକକୁ ମଧ୍ୟ ଠାବ କରିପାରିନି ପୋଲିସ । ସେ ଆହୁରି କହିଛନ୍ତି ଯଦି ଓଡ଼ିଶାରେ ବିରୋଧୀ ଦଳର ନେତା ନିଜେ ସୁରକ୍ଷିତ ନାହାଁନ୍ତି ତେବେ ଜନସାଧାରଣ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଜଣାପଡୁଛି ।

ସେହିପରି କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ବର୍ମା କହିଛନ୍ତି, ୨୪ ଘଣ୍ଟା ବିତି ଯାଇଥିଲେ ବି ପୋଲିସ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି । ତେବେ ଏହି ଘଟଣାରେ ରାଜା ଚକ୍ରର ନାଁ ଆସୁଛି । ବିଜେପି ଦାବି କରିଛନ୍ତି ଯେ, ରାଜା ଚକ୍ରକୁ ଆଣି ପଚରାଉଚରା କରାଯାଉ । କିନ୍ତୁ ରାଜା ଚକ୍ର ନାଁରେ ବାରବାର ଅଭିଯୋଗ ଆସୁଥିଲେ ବି ପୋଲିସ ରାଜାକୁ ଜେରା କରୁନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି