ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିବ +୨ ସିଟ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ ବଢାଯିବ। ପିଲା ମାନଙ୍କ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ। ଯାହାକୁ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ। ସୂଚନା ଅଛି କି ମାଟ୍ରିକ ଚଳିତ ବର୍ଷ ୫ଲକ୍ଷ ୧୨ ହଜାର ପିଲା ପାସ୍ କରିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ରେ ସିଟ ଅଛି ୫ଲକ୍ଷ ୯ହଜାର।