Masthead

ରାହୁଲଙ୍କ ବିବାହ କରାଇବାକୁ କହିଲେ ମହିଳା, ସୋନିଆ ଉତ୍ତର ଦେଲେ ଝିଅ ଖୋଜିଦିଅ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି କିଛି ଦିନ ତଳେ ହରିୟାଣାର ଏକ ଗାଁକୁ ଯାଇ କୃଷକଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେଠାରେ ସେ ମହିଳା କୃଷକମାନଙ୍କୁ ଭେବିବା ବେଳେ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ, ନିମନ୍ତ୍ରଣ ରକ୍ଷାକରି ମହିଳା କୃଷକ ଦଳ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ସେମାନଙ୍କ ପାଇଁ ୧୦ ଜାନପାଥରେ ଥିବା ସୋନିଆ ଗାନ୍ଧିଙ୍କ ବାସଭବନରେ ଏକ ସମାବେଶ ହୋଇଥିଲା। ସେଠାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ମହିଳା କୃଷକଙ୍କ ସହ ଭେଟି ଆଲୋଚନା କରିବା ସହ ବହୁତ ହସ ଏବଂ ମଜା ମଧ୍ୟ ହୋଇଥିଲା। ମହିଳା କୃଷକମାନେ ସୋନିଆ ଗାନ୍ଧୀଙ୍କ ସହ ବସି ଖାଦ୍ୟ ଖାଇବା ସହ ତାଙ୍କୁ ଧରି ନାଚିଥିଲେ ମଧ୍ୟ ।

ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା, ଯେତେବେଳେ ସୋନିଆ ଗାନ୍ଧିଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ ରାହୁଲଙ୍କୁ ବର୍ତ୍ତମାନ ବିବାହ କରାଇ ଦେବାକୁ କହି ଥଟ୍ଟା କରିବା ଆରମ୍ଭ କଲେ, ସେତେବେଳେ ସୋନିଆ ଗାନ୍ଧି ଜବାବରେ କହିଥିଲେ ତୋମେ ଝିଅ ଖୋଜିଦିଅ ମୁଁ ବାହାଘର କରାଇଦେବି । ସୋନିଆଙ୍କୁ ମୁହଁରୁ ଏପରି ଉତ୍ତର ଶୁଣିବା ପରେ ସେଠାରେ ବସିଥିବା ଅନ୍ୟ ସମସ୍ତ ମହିଳା ହସିବାକୁ ଲାଗିଲେ। ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତର ଦେଇ କହିଥିଲେ କି ବିବାହ ହେବ।

କିଛିଦିନ ତଳେ ରାହୁଲ ଗାନ୍ଧୀ ହରିୟାଣାର ସୋନିପତର ଏକ ଗ୍ରାମରେ ପହଞ୍ଚି ଚାଷୀଙ୍କ ସହ ଧାନ ରୋପଣକରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଅନେକ ମହିଳା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ମହିଳାମାନେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ତାଙ୍କ ଘରକୁ ଯିବେ ବୋଲି କହିଥିଲେ। ତା’ପରେ ରାହୁଲ ସେମାନଙ୍କୁ ନିମନ୍ତ୍ରଣ କରିବା ସହିତ ଦିଲ୍ଲୀ ଘରକୁ ଡାକିବେ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ପ୍ରତିଶୃତି ରଖି ରାହୁଲ ସେମାନଙ୍କୁ ଡାକିବା ସହ ସୋନିଆ ଗାନ୍ଧିଙ୍କ ବାସଭବନକୁ ଆଣିଥିଲେ । ମହିଳା କୃଷକଙ୍କ ସହ ସେମାନଙ୍କ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଗାନ୍ଧି ପରିବାର ପାଇଁ ମହିଳାମାନେ ଦେଶୀ ଘିଅ ଓ ଲସି ସହିତ ଘରୁ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ଆଣିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା