ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା । ଯାଜପୁରରୁ ୨ ଜଣଙ୍କୁ ଅଟକ ରଖିଲା ଏସଟିଏଫ । ମାଷ୍ଟର ମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କାଙ୍କ ୨ ସହଯୋଗୀ ଅଟକ । ଏନଆଇଏ ଓ ଆଇବିକୁ ସମସ୍ତ ତଥ୍ୟ ଦେଲା ଏସଟିଏଫ । ଖୁବଶୀଘ୍ର ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଜଣା ପଡିଛି । ଏସଟିଏଫ ତରଫରୁ ଏନଆଇଏ ଓ ଆଇବିକୁ ସମସ୍ତ ତଥ୍ୟ ଏସଟିଏଫ ଦେବା ସହ ଆବଶ୍ୟକ ସ୍ଥଳେ ଆଇଟି ଏକ୍ସପର୍ଟ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଅଧିକ ଖୋଳତାଡ କରିପାରନ୍ତି ।