Masthead

୬ ସ୍କୁଲକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସ୍କୁଲ ପରିସରରେ ରହିଛି ବମ୍‌। ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ। ଦିଲ୍ଲୀର ୬ଟି ହାଇ ପ୍ରୋଫାଇଲ ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ୍‌ ବୋମା ନିଷ୍କ୍ରିୟକାରୀ ଦଳ ତନ ତନ କରି ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି। ବୋମାମାଡ଼ କରି ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ ଆସିଛି ।

ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି । ଭୋର ସମୟରୁ ସବୁ ସ୍କୁଲକୁ ମେସେଜ୍ ଆସିଛି । ଗୋଟିଏ ଇ-ମେଲ୍ରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଜଣାପଡ଼ିଛି । ଏହା ପରେ ତୁରନ୍ତ ସ୍କୁଲରେ ପୋଲିସ ପହଞ୍ଚିଛି । ଦମକଳ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଡଗ୍ ସ୍କ୍ୱାର୍ଡ ମଧ୍ୟ ସ୍କୁଲରେ ପହଞ୍ଚିଛି । ପୂରା ସ୍କୁଲକୁ ଖାଲି କରାଯାଇ ତଲାସୀ ଅଭିଯାନ ଜୋରଦାର କରାଯାଇଛି ।

ଦେଶ ବାହାରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଆଇପି ଆଡ୍ରେସ୍ରୁ ଜଣାପଡ଼ିଛି । ଏହି ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଜି ସକାଳ ୬ଟାରେ ଊଚଝ ସ୍କୁଲ ତରଫରୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ବମ୍ ଥିବାର ଧମକ ସମ୍ପର୍କରେ ସୂଚନା ଦିଅଯାଇଥିଲା। ଏହାପରେ ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ସେମାନେ ପୂରା ସ୍କୁଲକୁ ଛାନଭିନ କରିଥିଲେ ବି ବମ୍‌ର ସନ୍ଧାନ ପାଇ ପାରି ନ ଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ