Masthead

ପୋଲିସ ଶୁଣୁନି ପଦ୍ମିନୀଙ୍କ ଦୁଃଖ

ଅନୁଗୁଳ, (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ତଳମୂଳ ଗ୍ରାମର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ଝିଅ ପଦ୍ମିନୀ । ଦୁର୍ଗାବିହାର ଅଞ୍ଚଳରେ ଥିବା ଅରୁଣ କୁମାର ସାମଲଙ୍କ ପୁଅ ଦୀପକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ସେ । ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ । ଏନେଇ ଥାନାରେ ବାରମ୍ବାର ଅଭିଯୋଗ କରିଛନ୍ତି ପଦ୍ମିନୀ । ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ପଦ୍ମିନୀଙ୍କୁ ଶାଶୁଘର ଲୋକେ ମାରିବା ଲାଗି ପ୍ରୟାସ କରିଥିଲେ ସୁଦ୍ଧା ପୋଲିସ ସେମାନଙ୍କ ବିରୋଧରେ ଖାଲି ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛି । ହେଲେ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଫଳରେ ପୋଲିସ ଉପରୁ ଭରସା ହରାଇଛନ୍ତି ପଦ୍ମିନୀ ।

୨୦୧୭ରେ ଦୀପକଙ୍କୁ ବିବାହ କରିଥିଲେ ପଦ୍ମିନୀ । ଦୀପକ ପୂର୍ବରୁ ଅନ୍ୟଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଦୀପକ ଏବଂ ସେହି ଯୁବତୀ ହାଇଦ୍ରାବାଦରେ ସଫ୍ଟୱେର କମ୍ପାନୀରେ କାମ କରୁଛନ୍ତି । ସ୍ତ୍ରୀଙ୍କୁ ଛାଡ଼ି ଯୁବତୀଙ୍କ ସହ ଦୀପକ ଖରାପ ସମ୍ପର୍କ ରଖୁଥିବା ଅଭିଯୋଗ କରିଛନ୍ତି ପଦ୍ମିନୀ । ସେ ହାଇଦ୍ରାବାଦ ଯାଇ ସ୍ୱାମୀଙ୍କ ସହ ରହିବା ଲାଗି କହିଥିଲେ ସୁଦ୍ଧା ଦୀପକ ତାଙ୍କୁ ନେଇ ନ ଥିଲେ । ଏ ସମ୍ପର୍କରେ ଶାଶୁଘର ଲୋକଙ୍କୁ ଜଣାଇଥିଲେ ବି ସେମାନେ କୌଣସି ସହାୟତା କରି ନ ଥିଲେ । ବାପଘରୁ ନୂଆ କାର, ଅଧିକ ଯୌତୁକ ଆଣିବା ଲାଗି ପଦ୍ମିନୀଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ଏନେଇ ଥାନାରେ ଦୁଇ ତିନିଥର ଅଭିଯୋଗ କରିଥିଲେ ପଦ୍ମିନୀ । ପୋଲିସ ଏହାର ଆପୋସ ବୁଝବଣା କରି ଘରକୁ ପଠାଇ ଦେଇଥିଲା ।

ପଦ୍ମିନୀ ଗର୍ଭବତୀ ଥିବା ବେଳେ ଶାଶୁଘର ଲୋକେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଦୁର୍ଗାବିହାର ଘରେ ବନ୍ଦ କରି ରଖିଥିଲେ । ପଦ୍ମିନୀ ୧୦୦ ନମ୍ବରକୁ ଡାଏଲ କରିବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ପଦ୍ମିନୀ ସେବେଠାରୁ ବାପଘରେ ନିଜର ଦେଢ଼ ବର୍ଷର ପୁଅ ସହ ରହୁଛନ୍ତି । ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଫଳରେ ପୁଣିଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପଦ୍ମିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ