Masthead

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଲା ସ୍ୱାମୀ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ):  ପାଟଣାଗଡ ବ୍ଲକ ଲରମ୍ଭା ଥାନା ଘୁମେର ଗାଁରେ ଅଭାବନୀୟ ଘଟଣା । ଘୁମେର ଗାଁର ଲଷ୍ମୀଧର ସାହୁ ନିଜ ସ୍ତ୍ରୀ ରାଇମତିକୁ ଠେଙ୍ଗାରେ ପିଟିପିଟି ମାରିଦେଇଥିବା ଜଣାପଡିଛି । ସୂଚନାନୁସାରେ ଲକ୍ଷ୍ମୀଧର ତା ସ୍ତ୍ରୀ ସହିତ ସବୁଦିନ ଭଳି ପାଖ ଜଙ୍ଗଲକୁ ଟୋଲ ଗୋଟେଇବା ପାଇଁ ଯାଇଥିଲା । କୌଣସି କାରଣ ବଶତଃ ଦୁଇ ଜଣଙ୍କ ମଧ୍ୟରେ ବଚସା ହେବାରୁ ଲଷ୍ମୀଧର ରାଗିଯାଇ ଠେଙ୍ଗାରେ ପିଟି ପିଟି ମାରିଦେଇଥିବା ଜଣାପଡିଛି ।

ପରେ ଲଷ୍ମୀଧର ବହୁ ସମୟ ଜଙ୍ଗଲରେ ବୁଲିବା ପରେ ସନ୍ଧ୍ୟାରେ ଘରକୁ ଯାଇ ସବୁକଥା କହିଥିଲା । ଘରଲୋକ ଲରମ୍ଭା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ରାତି ସାରା ଶବକୁ ଜଗି ରହିଥିଲା । ଆଜି ସକାଳୁ ସାଇଣ୍ଟିଫିକ ଟିମ ଆସି ଇନକ୍ୱାରି କଲାପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ୱାମୀ ଲଷ୍ମୀଧରକୁ ଲରମ୍ଭା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେବେ ଝଗଡା ହେଉନଥିଲା ଦି ଜଣ ଭଲରେ ରହୁଥିଲେ ବୋଲି ତାଙ୍କ ବଡ ପୁଅ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?