ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣ । ସାରା ଦେଶକୁ କରିଛି ସ୍ତବ୍ଧ । ନେତା ଠାରୁ ମନ୍ତ୍ରୀ ଆରମ୍ଭ କରି ସାଧାରଣ ଲୋକେ ଆହାତ ଓ ମୃତକଙ୍କୁ ବଢାଉଛନ୍ତି ସହୋଯୋଗର ହାତ । ଏବେ କ୍ରିକେଟର ବୀରେନ୍ଦ୍ର ସେହୱାଗ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦୁର୍ଘଟଣାରେ ବାପା ମାଆ ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ ।
https://twitter.com/virendersehwag/status/1665346374441861120?s=20
ଯାହାକୁ ନେଇ ବିରେନ୍ଦ୍ର ନିଜେ ଟ୍ୱିଟ କରଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଏ ଫଟୋ ଆମକୁ ଅନେକ ସମୟ ଯାଏ ଭୟଭୀତ କରାଇବ । ଏଭଳି ଦୁଃଖର ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠ ପଢ଼ାରେ ମୁଁ ସାହାଯ୍ୟ କରିବି । ସେହଓ୍ବାଗ ଇଣ୍ଟରନାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି ।