Masthead

ଷ୍ଟାର୍ସ ଯୋଜନାରେ ଓଡ଼ିଶା : କ’ଣ ଅଛି ଏଥିରେ ପଢନ୍ତୁ ?

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ଷ୍ଟାର୍ସ ଯୋଜନାରେ ସାମିଲ୍ କରାଯାଇଛି । କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ନରେନ୍ଦ୍ର ସିଂ ତୋମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦେଶରେ ଗୁଣାତ୍ମକ ଶିକ୍ଷା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଜାଭଡେକର କହିଛନ୍ତି ଯେ ଦେଶରେ ବର୍ତ୍ତମାନ ନୂତନ ଜାତୀୟ ଶିକ୍ଷା ନୀତି କାର୍ୟ୍ୟକାରୀ ହେବ। ଏଥିପାଇଁ ଷ୍ଟାର୍ସ ପ୍ରୋଗ୍ରାମ୍ ସ୍ଥିର କରାଯାଇଛି । ବିଶ୍ୱ ବ୍ୟାଙ୍କ ୫,୭୧୮ କୋଟି ଟଙ୍କା ଦେବ । ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧୀନରେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ନୂତନ ଯୋଜନା ଷ୍ଟାର୍ସ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଏହି ଯୋଜନାରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡିଶାକୁ ସାମିଲ୍ କରାଯାଇଛି । ଜାଭଡେକର କହିଛନ୍ତି ଯେ ଏହି ପ୍ରକଳ୍ପ ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେବ । ସେ କହିଛନ୍ତି ଯେ ପିଲା କ’ଣ ପଢୁଛନ୍ତି ଗୁରୁତ୍ୱ ନୁହେଁ । ପିଲା କ’ଣ ଶିଖିଲେ ତାହା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ଯୋଜନା ନିଶ୍ଚିତ କରିବ ଯେ ବର୍ତ୍ତମାନ ଅଧ୍ୟୟନ କରିବା ନୁହେଁ, ବରଂ ଶିଖିବା। କେନ୍ଦ୍ର ସରକାରଙ୍କ ଆଜିର ନିଷ୍ପତ୍ତି ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବ । ଶିକ୍ଷକମାନଙ୍କୁ ତାଲିମ ଏବଂ ପରୀକ୍ଷାରେ ଉନ୍ନତି ଆଣିବ । ସର୍ବୋପରି ଭାରତକୁ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏହି ଯୋଜନା ବିଶେଷ ସହାୟକ ହେବ ।

କେନ୍ଦ୍ର ଶାସିତ ଅଂଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖର ପାଇଁ କ୍ୟାବିନେଟ୍ ୫୨୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଅନୁମୋଦନ କରିଛି। ଜାଭଡେକର କହିଛନ୍ତି ଯେ ଏହି ଯୋଜନା ୧୦ କୋଟି ମହିଳାଙ୍କ ନିକଟରେ ପହଞ୍ଚିବା ମୋଦୀ ସରକାରଙ୍କ ଲକ୍ଷ୍ୟ । ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଖୁବ୍ କମ୍ ମହିଳାଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ । ବର୍ତ୍ତମାନ ସେଠାରେ ୧୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ଜାଭେଦକର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ