Masthead

ରେଳମନ୍ତ୍ରୀ ଇନକ୍ୱାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ରେଳବାଇ ମନ୍ତ୍ରୀ ଇନକୁ୍ୟାରୀ ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି । ମମତା ବାନାର୍ଜୀ କହିଛନ୍ତି ରେଳ ମନ୍ତ୍ରୀ ଥିବା ସମୟରେ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦେଇଥିଲେ କିନ୍ତୁ ଏଯାଏ ତଦନ୍ତ ସରିନି। କି ପ୍ରକାର ତଦନ୍ତ ଚାଲିଛି ସମସ୍ତଙ୍କୁ ଜଣା। ରେଳବାଇ ମନ୍ତ୍ରୀ ହରଡ ଘଣାରେ ପଡ଼ିବା ପରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି। ସେ ଜାଣି ନାହାନ୍ତି କେତେଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ଆସୁଛି। ବର୍ତ୍ତମାନ ଆହୁରି ଗୋଟେ ବଗି ଥିବା ଅଭିଯୋଗ ଉଠିଛି। ସଠିକ୍ ତଥ୍ୟ କାହା ପାଖେ ନାହିଁ। ପଶ୍ଚିମବଙ୍ଗ ସରକାର କହୁଛନ୍ତି ୩୧ ଜଣଙ୍କ ମୃତ ଦେହ ମିଳୁନି। ବିହାର ୮୮ ଜଣଙ୍କ କଥା କହୁଛି।

ଅତୀତରେ ୫ ଜଣ ରେଳ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ମନ୍ତ୍ରୀ କାହିଁକି ଇସ୍ତଫା ଦେବେନି ? ସିବିଆଇ କେନ୍ଦ୍ର ସରକାରଙ୍କ ପୋଷା ସୁଆ। ସେ ଯାହା କହିବେ କରିବେ। ରେଳବାଇ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଛି। ସେ ଇସ୍ତଫା ଦେଲେ ତଦନ୍ତ ନିରପେକ୍ଷ ହେବ । ଷଡ଼ଯନ୍ତ୍ର ହୋଇଛି ବୋଲି ରେଳବାଇ ଦେଇଥିବା ଏଫଆଇଆର ରେ ଉଲ୍ଲେଖ ନାହିଁ। କିନ୍ତୁ ଇନଭେଷ୍ଟିଗେସନ ସମୟରେ ଷଡ଼ଯନ୍ତ୍ର କଥା ଆସିଲେ ତଦନ୍ତ ହୋଇପାରିବ। କିନ୍ତୁ ବର୍ତ୍ତମାନ ସମୟରେସିବିଆଇ ତଦନ୍ତର ଆବଶ୍ୟକତା ନାହି। ରେଳବାଇ ସଂସ୍ଥା ପ୍ରଥମେ ତଦନ୍ତ କରି ରିପୋର୍ଟ ଦେବା ଆବଶ୍ୟକ। କିଛି ଷଡ଼ଯନ୍ତ୍ର ଥିଲେ ସିବିଆଇ ତଦନ୍ତ ହେଉ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ