୨୩ ବର୍ଷରେ ବିଦ୍ୟୁତ ଭିତ୍ତିଭୂମି ଅସଜଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ତେଣେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରିପକାଉଛି । ମାତ୍ର ମନ୍ତ୍ରୀ ସତ ମାନିବାକୁ ନାରାଜା ।ବିଦ୍ୟୁତ ବିଭାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ରାଜ୍ୟ ସରକାଙ୍କୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । କହିଛନ୍ତି ଓଡ଼ିଶା ସରକାରଙ୍କ ବିଦ୍ୟୁତ ବିଭାଗ ସମ୍ବେଦନହୀନ । ଗାଁ ଗଣ୍ଡାରେ ନୁହେଁ ଭୁବନେଶ୍ୱରରେ ବି ବିଦ୍ୟୁତ ବିଭ୍ରାଟ ହେଉଛି । ମୁଖ୍ୟ ସଚିବଙ୍କ ନିଦ ହଜି ଗଲାଣି । କିନ୍ତୁ ଶକ୍ତି ମନ୍ତ୍ରୀ ଗାଲୁ ମାରୁଛନ୍ତି । ମନ୍ତ୍ରୀ ଟାଟା କମ୍ପାନୀର ପ୍ରବକ୍ତା ସାଜିଛନ୍ତି । ସେପଟେ ବିଦ୍ୟୁତ ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ। ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢାଉଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ସ୍ଥାନରେ ସମାନ ଅବସ୍ଥା । ମନ ଇଚ୍ଛା ଘଂଟା ଘଂଟା ଧରି ବିଦ୍ୟୁତ କାଟ କରୁଛି ଟାଟା ପାୱାର । ୨୩ବର୍ଷ ବିତିଗଲା । ବିଦ୍ୟୁତ ଭିତ୍ତିଭୂମି ସଜଡା ଗଲାନି । ଆଉ କେତେ ବର୍ଷରେ ଭତ୍ତିଭୂମିର ହେବ ବିକାଶ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ