ବିଦେଶ ମାଟିରେ ଓଡ଼ିଆ ମହକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଦେଶ ମାଟିରେ ଓଡ଼ିଆ ମହକ । ଲଣ୍ଡନ ଓ ଆଇସଲାଣ୍ଡରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର । କନେକ୍ଟଭିଆ ମିଡିଆ ଦ୍ୱାରା ପ୍ରସ୍ତୁତ ଆଦ୍ୟା ଜଗଦ୍ଦେବ ପ୍ରଡକ୍ସନ୍ ବ୍ୟାନରେ ନିର୍ମିତ ହୋଇଛି ଓଡ଼ିଆ ମୁଭି ଫାଲଗୁନ ଚୈତ୍ର । ଏହାର ନିର୍ଦ୍ଦେଶକ ତରୁଣ କୁମାର ଦାସଙ୍କୁ ଲଣ୍ଡନ ଓ ଆଇସଲାଣ୍ଡର ଓଡ଼ିଆ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ୟୁକେରେ ଓଡ଼ିଆ ଫିଲ୍ମ ରିଲିଜ ହୋଇଥିବାରୁ ଦର୍ଶକ ଖୁସ୍ । ଫିଲ୍ମ ଦେଖି ସମସ୍ତେ ଉତ୍ସାହିତ । ଆଶା କରିଛନ୍ତି ଫ୍ୟୁଚରରେ ଏମିତି ଆହୁରି ମୁଭି ଆସିବ । ଓଡ଼ିଆ ଫିଲ୍ମ ବିଦେଶରେ ରିଲିଜ ହେବା ପ୍ରଶଂସନୀୟ ।

ଦେଶ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶକ ତରୁଣ କୁମାର ଦାସ ପ୍ରତିଶ୍ରୁତିବନ୍ଧ ବୋଲି କହିଛନ୍ତି । ଲଣ୍ଡନ ଓ ଆଇସଲାଣ୍ଡରେ ଥିବା ଓଡ଼ିଆମାନଙ୍କ ପାଖରେ ଓଡ଼ିଆ ସିନେମା ଫାଲଗୁନ ଚୈତ୍ର ପହଞ୍ଚିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ । ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଖରେ ଓଡ଼ିଆପଣର ଟିକିଏ ଛିଟା ପକାଇବା କନେକ୍ଟଭିଆ ମିଡିଆର ଲକ୍ଷ୍ୟ । ଓଡ଼ିଆ ଫିଲ୍ମ ଦେଖି ସମସ୍ତେ ଖୁସିଥିବାବେଳ ଆଗକୁ ଆହୁରି ଏଭଳି ଓଡ଼ିଆ ମୁଭିକୁ ନେଇ ଆଶାବାଦୀ ଅଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’