Masthead

୨୦୨୪ ନିର୍ବାଚନ ଲଢିବେ ବ୍ରିଜ ଭୂଷଣ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ) ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇପଡିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂ । ତାଙ୍କ ବିରୋଧରେ ଅଦାଲତରେ ମାମଲା ରୁଜୁ ହୋଇଛି । ମାତ୍ର ପୋଲିସ ଗିରଫ କରୁନଥିବାରୁ ମହିଳାକୁସ୍ତି ଯୋଦ୍ଧାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । କେନ୍ଦ୍ରର ବିଜେପି ସରକାର ବ୍ରିଜ ଭୂଷଣଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ମଧ୍ୟ ହେଉଛି । ଏଭଳି ପରିସ୍ଥିତିରେ ବ୍ରିଜ ଭୂଷଣ କହିଛନ୍ତି ସେ ୨୦୨୪ ନିର୍ବାଚନ ଲଢିବେ । ପୂର୍ବ ଉତ୍ତର ପ୍ରଦେଶର କେସିଆରଗଞ୍ଜରୁ ଲଗାତର ୬ଥର ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିବା ବ୍ରିଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ନିଜ ସଂସଦୀୟ କ୍ଷେତ୍ର ଗୋଣ୍ଡା ଜିଲ୍ଲାର ଏକ ରାଲିରେ ଯୋଗଦେଇ ବ୍ରିଜ ଭୂଷଣ ବାରମ୍ବାର କହିଛନ୍ତି ସେ ୨୦୧୪ ନିର୍ବାଚନ ଲଢିବେ । ତାଙ୍କ ସଂସଦୀୟ କ୍ଷେତ୍ରରୁ ନିଶ୍ଚୟ ଲଢିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ମହା ଜନସମ୍ପର୍କ ଅଭିଯାନରେ ଯୋଗଦେଇ ବ୍ରିଜ ଭୂଷଣ କହିଛନ୍ତି ବିଜେପି ପୁଣିଥରେ କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ହାସଲ କରିବ । ତାଙ୍କ ବିରୋଧରେ ପୋଲିସ ତଦନ୍ତ ଚାଲିଥିବାରୁ ସେ ଜୁନ୍ ୨ରେ ଅଯୋଧ୍ୟାରେ ହୋଇଥିବା ସାଧାରଣ ସଭାକୁ ବର୍ଜନ କରିଥିଲେ । ମହିଳା କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଶୀର୍ଷ କୁସ୍ତିଯୋଦ୍ଧାମାନେ କହିଥିଲେ ଯେ ଯଦି ଜୁନ୍ ୧୫ ସୁଦ୍ଧା ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଉତ୍ପୀଡ଼ନ ଅଭିଯୋଗର ସମସ୍ତ ତଦନ୍ତ ଶେଷ ନହୁଏ, ତେବେ ସେମାନେ ପୁନର୍ବାର ଆନ୍ଦୋଳନ କରିବେ। ୧୯୭୫ର ଜରୁରୀକାଳୀନ ପରିସ୍ଥିତି ଏବଂ ଶିଖ ବିରୋଧୀ ଦଙ୍ଗା । ଶିଖ ସୁରକ୍ଷାକର୍ମୀଙ୍କ ଦ୍ୱାରା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସେ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ୧୯୬୦ ଏବଂ ୭୦ ଦଶକରେ ମୋଦୀଙ୍କ ଭଳି ପ୍ରଧାନମନ୍ତ୍ରୀ ଥାଆନ୍ତେ, ପଡୋଶୀ ଦେଶ ଭାରତୀୟ ଅଞ୍ଚଳ ଦଖଲ କରିବାରେ ସାହସ କରିନଥାନ୍ତେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼