Masthead

ଗଣଦୁଷ୍କର୍ମ ମାମଲା, ପୋକ୍ସୋ ଆକ୍ଟରେ ମାମଲା ରୁଜୁ

କଟକ (ବଡ଼ ଖବର ବ୍ୟୁରୋ): କଟକ ଗଣଦୁଷ୍କର୍ମ ଘଟଣା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ମାନବିକତାରେ କଳଙ୍କ ବୋଳି ଦେଇଛି ଏଇ ବହୁ ଚର୍ଚ୍ଚିତ ଘଟଣା । ୨୨ ଦିନଧରି ଏକ ଚିକେନ୍ ଦୋକାନରେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ମଣିଷ ରୂପେ ରାକ୍ଷାସମାନେ । କଟକ ସଦର ଗତିରାଉତ ପାଟଣା ରାସ୍ତାକଡରେ ଥିବା ଏକ କୁକୁଡା କଟା ଦୋକାନରେ କାମନା ଲୋଭୀ ନରରାକ୍ଷାସମାନେ ନାବାଳିକା ଝୁଣି ଖାଇଗଲେ । ମାତ୍ର କେହି କିଛି ଜାଣିପାରିଲେନି । କଟକ-ପାରାଦୀପ ରାସ୍ତା ଗତିରାଉଡପାଟଣା ବଜାରର ସମ୍ପୂର୍ଣ୍ଣ ରାସ୍ତାକଡ଼ରେ ଏଭଳି ଘଟଣା ସମସ୍ତଙ୍କୁ ଆବାକ୍ କରିଦେଇଛି । ସାଧାରଣରେ ପ୍ରଶ୍ନ ହେଉଛି ପୋଲିସ କିମ୍ବା ପ୍ରଭାବଶାଳୀ ଲୋକଙ୍କ ଜ୍ଞାତସାରରେ ଏହା ଘଟୁନଥିଲା ତ !

ତିର୍ତ୍ତୋଳ ଅଞ୍ଚଳର ଜଣେ ନାବାଳିକା (୧୫) କୌଣସି କାରଣରୁ ରାଗିି ଘରୁ ପଳେଇ ଆସିଥିଲେ । କଟକରେ ତାଙ୍କ ଉଉଣୀ ଘରେ ରହି ପୁଣି ନିଜଘରକୁ ଫେରିବା ପାଇଁ କଟକ ଓଏମ୍ପି ଛକରେ ଗାଡିକୁ ଅପେକ୍ଷା କରିଥିଲେ । ଠିକ୍ ସେହି ସମୟରେ ଉକ୍ତ କାମନା ପିପାସୁ ଯୁବକ ନାବାଳିକାଙ୍କ ପାଖରେ ପହଞ୍ଚି ତାଙ୍କୁ ଭୂଆଁ ବୁଲାଇ ପ୍ରଥମେ ବାଦାମବାଡି ଓ ପରେ ଗତିରାଉତପାଟଣାକୁ ନେଇ ଆସିଥିଲେ । ସେହିଦିନଠୁ ନାବାଳିକାକୁ ଏକ ଚିକେନ୍ ଦୋକାନରେ ନଜରବନ୍ଦୀ ରଖି କଳକ୍ରାର କରି ଚାଲିଥିଲେ । କୌଣସି ସୂତ୍ରରୁ ଖବର ପାଇ ସୋମବାର ବିଳମ୍ବିତ ରାତିରେ କଟକ ଚାଇଲ୍ଡ ହେଲ୍ପ ଲାଇନ ଟିମ୍ ଉକ୍ତ ସ୍ଥାନରୁ ପୀଡ଼ିତାଙ୍କୁ ଉଦ୍ଧାର କରି ଚାଉଳିଆଗଞ୍ଜ ଥାନାକୁ ହସ୍ତାନ୍ତର କରିଥିଲେ ।

ପୀଡିତାଙ୍କ ବୟାନ ରେକର୍ଡରୁ ଏବେ ସୁଦ୍ଧା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଗତିରାଉତପାଟଣାର ଟିକି ଓରଫ ସନ୍ତୋଷ ବେହେରା ଓ ରାକା ଓରଫ ରାକେଶ ରାଉତ । ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଖୋଳତାଡ କରୁଛି ସ୍ୱତନ୍ତ୍ର ପୋଲିସ ଟିମ୍ । ଏହାସହ ପୀଡିତାଙ୍କୁ ବସୁନ୍ଧରା ଚାଇଲ୍ଡ ନାଇନରେ ରଖାଯାଇଛି ବୋଲି କହିଛନ୍ତି କଟକ ଡିସିପି । ତେଣେ ଘଟଣାର ପ୍ରକୃତ ରହସ୍ୟ ଉପରୁ ପରଦା ହଟାଇବାକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ