Masthead

ଯାଜପୁର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ । ଅସୁସ୍ଥତା କାରଣରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୭ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନ ୫.୨୦ ମିନିଟ୍‌ରେ ପରଲୋକ ହୋଇଥିଲା । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀର ଯାଜପୁର ନିଆଯାଇଥିଲା ।

ଅନାଦି ଚରଣ ଦାସ ୧୯୩୫ ମସିହା ଜାନୁୟାରୀ ୪ ତାରିଖ ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ବିଜିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସ୍ୱର୍ଗତ ଦାସ ୫ଥର ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ ହୋଇଥିବା ବେଳେ ସେ ୧୯୭୧, ୧୯୮୦ ଓ ୧୯୮୪ ମସିହାରେ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି କଂଗ୍ରେସ ଦଳ ପରିତ୍ୟାଗ କରି ଜନତା ଦଳରେ ଯୋଗଦାନ କରି ୧୯୮୯ ଓ ୧୯୯୧ ମସିହାରେ ଜନତା ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ପରେ ଜନତାଦଳ ପରିତ୍ୟାଗକରି କଂଗ୍ରେସ ଦଳରେ ଯୋଗଦାନ କରି ୧୯୯୩ ମସିହାରେ କେନ୍ଦ୍ରର ପି.ଭି. ନରସିଂହା ରାଓ ସରକାରଙ୍କୁ ଅସ୍ଥା ଭୋଟ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାର ସମୟରେ ସର୍ବଭାରତୀୟ ଏସ୍‌ସି/ଏସଟି କମିଶନର ଅଧ୍ୟକ୍ଷଭାବେ କାର୍ୟ୍ୟ ନିର୍ବାହ କରିବା ସହିତ ରେଳ ପରାମର୍ଶଦାତା ଷ୍ଟାଣ୍ଡିଙ୍ଗ୍‌ କମିଟିର ସଭ୍ୟଭାବେ କାର୍ୟ୍ୟ କରିଥିଲେ । ଅନାଦି ଚରଣ ଦାସଙ୍କ ପରଲୋକରେ କଂଗ୍ରେସ, ବିଜେପି, ବିଜେଡି଼ ଦଳର ପ୍ରମୁଖ ନେତୃମଣ୍ଡଳି ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି