Masthead

ଚିନ୍ମୟୀଙ୍କ ବାହାଘର

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ବୁଢୀ ଠାକୁରାଣୀ ମନ୍ଦିରରେ ଲାଗିରହିଥିଲା ଲୋକଙ୍କ ଗହଳଚହଳ । ବାଟୋଇମାନେ ମଧ୍ୟ ଘଡିଏ ଅଟକି ଯାଇଥିଲେ । ଆବସର ଥିଲା କିନ୍ନର ବାହାଘର । ବବଲୁ ପ୍ରଧାନ କିନ୍ନର ଚିନ୍ମୟୀ ସାମଲଙ୍କ ପାଣିଗ୍ରହଣ କରିଥିଲେ । ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଦେବା ବେଳେ ମନ୍ଦିର ପରିସରରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା ।

ଚିନ୍ମୟୀଙ୍କୁ ପ୍ରଥମେ ବବଲୁ ଏକ ଷ୍ଟେଜ୍ ପ୍ରୋଗ୍ରାମରେ ଦେଖିଥିଲେ । ପରେ ବଢିଥିଲା ସମ୍ପର୍କ । ଏହି ସମ୍ପର୍କ ପରେ ପ୍ରେମରେ ବଦଳି ଯାଇଥିଲା । ଆଉ ସେମାନେ ଜୀବନସାଥୀ ହେବାକୁ ଶପଥ ନେଇଥିଲେ । ବବଲୁ ପ୍ରଧାନଙ୍କ ଘର କଣିହାଁ ବ୍ଲକ ସାନତ୍ରିବିଡ଼ା ଓ ଚିନ୍ମୟୀଙ୍କ ଘର ବଅଁରପାଳ ବ୍ଲକ ବୁଢାପଙ୍କ ଗ୍ରାମରେ । ଏହି ବିବାହ ଉଭୟଙ୍କ ପରିବାର ସହମତିରେ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ