Masthead

ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନଶନ

ଯାଜପୁର (ବଡ଼ ଖବର ବ୍ୟୁରୋ): ପଲିଟେକନିକ କଲେଜ ଛାତ୍ରୀ ରୋଜାଲିନ ପାତ୍ର ହତ୍ୟା ଘଟଣା ର ତିନି ମାସ ପୁରିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଏବଂ ପୋଲିସ କୌଣସି ପଦକ୍ଷେପ ନନେଉଥିବାରୁ ଏହାର ପ୍ରତିବାଦରେ ଆଜି ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ଶତାଧିକ ଲୋକ ଗଣ ଅନଶନ କରିଛନ୍ତି କ୍ଷ ସୂଚନା ମୁତାବକ ଗତ ମାର୍ଚ୍ଚ ୨୮ ତାରିଖରେ ଯାଜପୁର ରଗଡି ପଲିଟେକନିକ କଲେଜର ଇଲେକ୍ଟ୍ରିକାଲ ୩ୟ ବର୍ଷ ର ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତଦେହ ଉକ୍ତ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଘଟଣା କୁ ୩ ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ଅଭିଯୁକ୍ତକୁ ଗିରଫ କରି ପାରୁନି ପୋଲିସ। ଯାଜପୁର ପୋଲିସ ର ଦାୟିତ୍ୱ ହୀନତା ପ୍ରତିବାଦ ରେ ଆଜି ଯାଜପୁର ଏସପିଙ୍କ ପାଣିକୋଇଲି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ମୃତାଛାତ୍ରୀ ଙ୍କ ପରିବାର ଲୋକେ ଗଣ ଅନଶନ କରିଛନ୍ତି। ଯଦି ଆଗାମୀ ଦିନ ରେ ପୋଲିସ ଘଟଣା ର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ନ କରେ ତାହେଲେ ଆମେ ପୁର୍ନର୍ବାର ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ