Masthead

ଅଳ୍ପକେ ବର୍ତ୍ତିଲା ସଙ୍ଘମିତ୍ରା ଏକ୍ସପ୍ରେସ

ଆନ୍ଧ୍ର (ବଡ଼ ଖବର ବ୍ୟୁରୋ) : ନିକଟରେ ଓଡିଶ।।ର ବାହାନାଗା ଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ରେ ୨୯୨ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାରରୁ ଅଧିକ ଲୋକ ଆହାତ ହୋଇଥିଲେ । ଏହି ଘଟଣା ଭାରତୀୟ ଇ୍‌ତିହାସରେ ଲିପିବଦ୍ଧ ହୋଇଗଲା । ଏହି ରେଳ ଭାରତର ଟ୍ରେନ୍ ଦୁର୍ଘଟଣା ମଧ୍ୟରୁ ଏକ ବଡ ଦୁର୍ଘଟଣା । ଏବେ ମଧ୍ୟ ଏହି ଘଟଣାର ସିବିଆଇ ଯାଞ୍ଚ ପ୍ରକ୍ରୀୟା ଜାରିରହିଛି । ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆନ୍ଧ୍ରପ୍ରଦେଶରେ ପୁଣି ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ବାପାଟାଲା ଜିଲ୍ଲାର ଇପୁରୁପାଲମ ଅଞ୍ଚଳ ଦେଇ ଯାଉଥିବା ରେଳ ଟ୍ରାକ୍ ନଷ୍ଟ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ରେଳ ବିଭାଗକୁ ଜଣାଇଥିଲେ ।

ପରବର୍ତ୍ତି ସମୟରେ ତାହାକୁ ଠିକ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ପାଇଁ ଏହି ଦୁର୍ଘଟଣା ଟଳିଯିବା ସହ ସବୁକିଛି ଠିକ୍ ହୋଇଯାଇଛି । ଘଟଣାଟି ଆନ୍ଧ୍ରପ୍ରଦେଶର ବାପାଟାଲା ଜିଲ୍ଲା ସହ ଜଡିତ ଅଟେ । ଏଠାରେ ଥିବା ଇପୁରପାଲମ ଇଲାକାରେଥିବା ଟ୍ରାକ ଭାଙ୍ଗିଯାଇଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖିବା କ୍ଷଣି ସଙ୍ଗେସଙ୍ଗେ ଏହି ସୂଚନା ରେଲୱେ ଅଧିକାରୀଙ୍କ ନିକଟରେ ପହଞ୍ଚାଇଥିଲେ । ସୂଚନାନୁଯାୟୀ ୪୦ ମିନିଟ ପରେ ଏହି ଟ୍ରାକରେ ସଂଘମିତ୍ରା ଏକ୍ସପ୍ରେସ ଯିବାର ଥିଲା । ଏଥିପାଇଁ ସମୟ ଆଗରୁ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇନଥାନ୍ତା ତେବେ କୌଣସି ବି ଦୁର୍ଘଟଣା ଘଟିଯାଇଥାଆନ୍ତା । ତେବେ ଘଟଣା ସଂପର୍କରେ ଜାଣିବା ପରେ ସେହି ଟ୍ରାକ ଦେଇ ଯିବାକୁ ଥିବା ଟ୍ରେନକୁ ବାତିଲ କରିଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା