Masthead

ମାଆଙ୍କୁ ଛାଡ଼ି ଯିବାକୁ ମନ ହେଉନି ମହାପ୍ରଭୁଙ୍କର

ପୁରୀ (ବଡ଼ ଖବର ବ୍ୟୁରୋ): ଭକ୍ତର ଆଖିରେ ଭଗବାନଙ୍କ ଆଖି ମିଶୁଛି । ଭକ୍ତର ଦୃଦୟ ବେଦନା ଶୁଣିପାରୁଛନ୍ତି ଭଗବାନ । ତେଣେ ମାଆଙ୍କ ଆଦର । ଦୋଛକିରେ ପ୍ରଭୁ । ରତ୍ନବେଦୀକୁ ଯିବାକୁ ମନ ହେଉନି । ତେଣେ ପତ୍ନୀଙ୍କ ତାଗିଦ୍ ।  ଏହାରି ଭିତରେ ଝୁଙ୍କି ପହୁଛନ୍ତି ମହାବାହୁ । ପତ୍ନୀ ଡାକିଦେଲେଣି । ଏଣେ ମାଆଙ୍କୁ ଛାଡ଼ି ଯିବାକୁ ମନ ହେଉନି । ଜନ୍ମବେଦୀ ଛାଡ଼ିବାକୁ ଇଚ୍ଛା ହେଉନି । ଭକ୍ତଙ୍କ ଭାବାବେଗକୁ ଭୁଲି ହେଉନି । ଆଗ ପଛ ହେଉ ହେଉ ପୁଣି ଝୁଙ୍କି ପଡ଼ିଲେ ନଟବର । ସେବକମାନେ ଯେତେ ବାଧ୍ୟ କଲେ ମଧ୍ୟ ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯିବାକୁ ଠାକୁର ଅମଙ୍ଗ । କାହିଁକି ବା ନହେବେ । ରୁଙ୍କୁଣୀ ହରଣ ଏକାଦଶୀରେ ବିବାହ କରିଥିଲେ ମହାବାହୁ । ଚାରିଦିନ ଯାଇନି ଏତେ ଗାଧୋଇଲେ, ଏତେ ଗାଧୋଇଲେ ଯେ ଜ୍ୱରରେ ପୀଡ଼ିତ ହେଲେ । ଚାଲିଲା ଗୁପ୍ତ ନୀତି । ଅଣସର ଘରେ ଚାଳିଲା ଗୁପ୍ତ ନୀତି । ସୁସ୍ଥ ହେବା ପରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଲେ ମହାବାହୁ । ପରଦିନ ନବ ବିବାହିତା ପତ୍ନୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ରତ୍ନବେଦୀ ଛାଡ଼ିଲେ ପରମବ୍ରହ୍ମ । ସୁସଜ୍ଜିତ ରଥରେ ପହଂଚିଲେ ମାଉସୀ ଘରେ । ସେଠାରେ କିଛି ସମୟ ପାଇଁ ବିଶ୍ରାମ । ପରେ ଜନ୍ମବେଦୀରେ ପହଞ୍ଚିଥିଲେ । ଭାଇଭଉଣୀଙ୍କ ସହ ନଅ ଦିନ ରହିଲେଣି ।

ଖବର ପାଇଥିଲେ ମାଆ ସାଆନ୍ତାଣି । ରାଗ ତମତମ ହୋଇ ଗୁଣ୍ଡିଚା ମନ୍ଦିରରେ ପହଂଚିଥିଲେ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା । ପ୍ରଭୁ ଜାଣିଲେ, ମାଆ ଆସିଛନ୍ତି । ସିଧା ନ ଚାହିଁ ବାଙ୍କ ଚାହାଣିରେ ମାଆଙ୍କୁ ଦେଖିଲେ । ଜଗଦଜନନୀ ମାଆ ରାଗରେ ତମ ତମ ହୋଇ ରଥ ଭାଙ୍ଗିଲେ ହେରାପଂଚମୀ ତିଥିରେ । ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଅପେକ୍ଷା କରିଛନ୍ତି ଗୋପୀନାଥଙ୍କୁ । କେତେବେଳେ ଆସିବେ । ପାନେ ଦେବେ । ମାଆ ଲକ୍ଷ୍ମୀଙ୍କ ରାଗ କଥା ଠାକୁରଙ୍କ ମନେ ପଡ଼ିଯାଇଛି । ପତ୍ନୀ ଡାକିଦେଇ ଗଲେଣି । ଆଉ ବେଶି ଡେରି କଲେ ବହୁତ ରାଗିବେ । ତେଣେ ମାଆ ଘର ମୋହ ଛାଡ଼ି ହେଉନି । ପାଦ ଆଗକୁ ବଢୁନି । ପଛକୁ ଭିଡୁଛି ମାଆର ମମତା । ଆଗକୁୂ ଟାଣୁଛି ସ୍ତ୍ରୀର ପ୍ରେମ । ତଥାପି ବାହାରିଲେ ପ୍ରଭୁ । ହେଲେ ମାଆର ମୋହ କିଏ ବା ଏତେ ସହଜରେ ଛାଡ଼ି ପାରିବ । କିଏ ବା ଜନ୍ମ ଘର ଛାଡ଼ି କର୍ମ ଘରକୁ ଏତେ ସହଜରେ ଯିବାକୁ ଚାହେଁ । ସେ ଦେବତା ହେଲେ ବି ସବୁ ଲୀଳା ମଣିଷ ଭଳି । ସେ ଲକ୍ଷ୍ମୀଙ୍କ କଥା ଭାବି ଆସୁଛନ୍ତି । ପୁଣି ଜନ୍ମବେଦୀର ମୋହରେ ପଛକୁ ଫେରି ଯାଉଛନ୍ତି । ଆଗ ପଛ ହେଉଛନ୍ତି । ଠିକ୍ ଯେମିତି ଗୋଟେ ପୁରୁଷ ହୁଏ । ପତ୍ନୀ ଆଉ ମାଆ ଉଭୟଙ୍କ କଥା ଭାବି । ଶ୍ରୀମନ୍ଦିର ଗଲେ ଲକ୍ଷ୍ମୀ ବାର କଥା କହି ପାରନ୍ତି । ଏହି ଭୟରେ ବୋଧେ ଠାକୁର ରଥରୁଢ଼ ହେବାକୁ ଚାହୁଁନାହାନ୍ତି । ଚାରମାଳ ଉପରକୁ ନେବାପାଇଁ ସେବାୟତମାନେ ଯେତେ ଚେଷ୍ଟା କଲେ ମଧ୍ୟ ମହାବାହୁ ଯିବାକୁ ବୋଧେ ରାଜି ହେଉନଥିଲେ । ସେଇଥିପାଇଁ ବାରମ୍ବାର ଝୁଣ୍ଟି ପଡ଼ୁଥିଲେ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ