ଟିଏସ ବାବା ହେଲେ ଉପମୁଖ୍ୟମନ୍ତ୍ରୀ

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ଛତିଶଗଡ଼ ରାଜନୀତି । ଛତିଶଗଡ଼ କଂଗ୍ରେସ ସରକାରରେ ହୋଇଛି ବଡ଼ଧରଣର ଅଦଳବଦଳ। ଯାହା ଫଳରେ ରାଜ୍ୟରାଜନୀତିରେ ଶୃଷ୍ଟି ହୋଇଛି ହଇଚଇ ।

ଛତିଶଗଡ଼ର ବରିଷ୍ଠ କଂଗ୍ରେସ ନେତା ଟିଏସ୍‌ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ଟିଏସ୍‌ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଫଳରେ ଏହାକୁ ନେଇ ଛତିଶଗଡ଼ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି। ଛତିଶଗଡ଼ରେ ଏବେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି। ତେଣୁ ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ପରେ ପୁଣି ଗରମ ହୋଇଛି ରାଜ୍ୟ ରାଜନୀତି।

ଏହି ନିଯୁକ୍ତି ପରେ ଟିଏସ୍‌ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ଟ୍ୱିଟ କରି ‘ଆମେ ପ୍ରସ୍ତୁତ’ ବୋଲି ଲେଖିଛନ୍ତି ସିଏମ୍‌ ଭୁପେଶ ବାଘେଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ