ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅପହରଣ ପରେ ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ହତ୍ୟା କରିଥିବା ସୂଚନା । ତାଡ଼ମେଟାଲା ଗାଁର ଉପ ସରପଞ୍ଚ ସମେତ ୨ ଜଣଙ୍କୁ ହତ୍ୟା କରାଯାଇଛି । ଘଟଣା ପାଇଁ ନିଜକୁ ଦାୟୀ କଲା ଦକ୍ଷିଣ ବସ୍ତର ମାଓ ସଂଗଠନ ।