Masthead

ସାଇଡମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ସାମ୍ନାରେ ଫୁଟିଲା ଗୁଳି । ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ । ଲୋକଙ୍କ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । କିଛିଦିନର ନିରବତା ପରେ ଝାରପଡା ଅଞ୍ଚଳରେ ପୁଣି ଫୁଟିଛି ଗୁଳି । ଝାରପଡାର ବିଜେଡି ନେତା ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଓରଫ ଆଲୋକ ଜେନା ଉପରକୁ ଗୁଳି ମାଡ ହୋଇଛି । ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତ ଗୁଳି ମାଡ କରି ଖସିଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଝାରପଡା ନିକଟସ୍ଥ ଜଗନ୍ନଥ ନଗର ଲେନ-୧ ସ୍ଥିତ ‘ପ୍ରଜାପତି ମଣ୍ଡପ’ରେ ଏକ ବିବାହ ଭୋଜି ହେଉଥିଲା ।

ସେଠାରୁ ଭୋଜି ଖାଇ ରିଙ୍କୁ ଏକ କାରରେ ଫେରୁଥିଲେ । ଅନ୍ୟ ଏକ କାରରେ ପ୍ରଭାତ ମାର୍ଥା ଓ ସହଯୋଗୀମାନେ ଆସୁଥିଲେ । ଗାଡି ସାଇଡ ମରାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବଢିବାରୁ ଖବର ପାଇ ଶିଖର ଜେନା ଘଟଣାସ୍ଥଳକୁ ଯାଇଥିଲେ । ଗଣ୍ଡଗୋଳ ବଢିବାରୁ ପ୍ରଭାତ ଓ ତାର ସହଯୋଗୀମାନେ ଶିଖର ଜେନା ଓ ତାଙ୍କ ପୁଅ ଉପରକୁ ଗୁଳି ମାଡ କରିଥିଲେ । ପ୍ରାୟ ୧୨ ରାଉଣ୍ଡ ଗୁଳି ମାଡ ହୋଇଥିବା ବେଳେ ଗୋଟିଏ ଗୁଳି ଶିଖର ଜେନାଙ୍କ ଗୋଡ ଓ ଗୋଟିଏ ତାଙ୍କ ପୁଅ ଗୋଡରେ ବାଜିଥିଲା ।

ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ । ପୋଲିସ ପହଞ୍ଚିବା ଦେଖି ଅଭିଯୁକ୍ତ ଫାଙ୍କା ଗୁଳି ମାଡ କରି ଘଟଣାସ୍ଥଳର ଫେରାର ହୋଇଯାଇଥିଲା । ପୋଲିସ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ପୋଲିସ ଜଣକୁ ଅଟକ ରଖିଛି । ତା’ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଥିବା ଜଣାପଡିଛି । ତେବେ ଏହାକୁ ନେଇ ଗୋଷ୍ଠୀ ବିବାଦ ଘଟିବା ସମ୍ଭାବନା ଥିବାରୁ ଝାରପଡାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି