ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହେଲେ ଦଳିତ ଆଦିବାସୀ ମହାସଂଘ । ଦୁଇ ଦିନ ତଳେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ରେ ଅନୁସୂଚିତଜାତିଙ୍କୁ ବାରମ୍ବାର ଅପମାନିତ ସହିତ ନୀଚ ଭାବେ ଦେଖାଯାଇଛି ।
ଅସମ୍ବିଧାନ ଶବ୍ଦ ହରିଜନ ବାରମ୍ବାର ବ୍ୟବହାର କରାଯାଇଛି କହିବା ସହ ଅଭିଯୋଗ ଆଣି ଆଇନ ଗତ ନ୍ୟାୟ ସହିତ ଅଭିଯୁକ୍ତ ଫିଲ୍ମ ନିଦେ୍ର୍ଦଶକ ସୁଧାଂଶୁମୋହନ ସାହୁ, ପ୍ରଯୋଜକ ତଥା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ବିରୋଧରେ ଅନୁସୂଚିତଜାତି ଅତ୍ୟାଚାର ମାମଲା ରୁଜୁ କରିବା ପାଇଁ ଏତଲା ଦେଇଛନ୍ତି ।