Masthead

ରସଗୋଲା ସମାଧାନ କରିବ ନଟବରଙ୍କ ଘରକଳି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରସଗୋଲା ସମାଧାନ କରିବ ନଟବରଙ୍କ ଘରକଳି । ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜିବେ ମହାପ୍ରଭୁ । ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ଦାମ୍ପତ୍ୟ କଳହ, ଆଉ ତାହା ସାଙ୍ଗରେ ଓଡ଼ିଶାର ମିଠା ରସଗୋଲାର ମହିମା । ନଅ ଦିନର ଲୀଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ । ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ । ରସଗୋଲାକୁ ନେଇ ବିବାଦ କରୁଥିବା ପଡୋଶୀ ରାଜ୍ୟକୁ ପ୍ରତିବର୍ଷ ପ୍ରମାଣ ଦିଅନ୍ତି ପ୍ରଭୁ, ରସଗୋଲା କେବଳ ଓଡ଼ିଶାର । ରଥଯାତ୍ରା ଯେବେଠୁ ରସଗୋଲା ସେବେଠୁ ।

ପ୍ରତିବର୍ଷ ନୀଳାଦ୍ରିବିଜେରେ ସିଂହଦ୍ୱାର ଆଗର ଦୃଶ୍ୟକୁ ଚାହିଁବସିଥାଏ ଜଗତ । ଯେତେବେଳେ ଶ୍ରୀମନ୍ଦିର ପ୍ରବେଶ କରିବାକୁ ବାହାରନ୍ତି କାଳିଆ ଠାକୁର, ବାଟ ଓଗାଳନ୍ତି ମା ସାଆନ୍ତାଣୀ । କିନ୍ତୁ ଚତୁର ଭରା କଥା ଓ ମିଠା ରସଗୋଲା ଦେଇ ଅନ୍ନପୂର୍ଣ୍ଣାଙ୍କୁ ମନାଇଦିଅନ୍ତି ଓଡ଼ିଆଙ୍କ ପ୍ରାଣପ୍ରିୟ ଠାକୁର ଶ୍ରୀଜଗନ୍ନାଥ । ଏଭଳି ଅନନ୍ୟ ପରମ୍ପରାକୁ ଅଧିକ ଉତ୍ସବମୁଖର କରିବାକୁ ସବୁଠି ପାଳନ ହୁଏ ରସଗୋଲା ଦିବସ । ପରସ୍ପରକୁ ରସଗୋଲା ଖୁଆଇ ମିଠା ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟବାସୀ । ରସଗୋଲାକୁ ନେଇ ଭିନ୍ନ ଭିନ୍ନ ଉପାୟରେ ହୁଏ ସେଲିବ୍ରେସନ । ସ୍ୱିଟ୍ ଷ୍ଟଲରେ ଭିଡ ଜମେ । ବାଲୁକାକଳାରେ ସୁନ୍ଦର ଛବି ଆଙ୍କିଦିଅନ୍ତି ଶିଳ୍ପୀ । ସମସ୍ତେ କହନ୍ତି, ରସଗୋଲା ଓଡିଶାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା