Masthead

ନିମ୍ନ ମାନର କାମ, ପୁଣି ଧସିଲା ବୈତରଣୀ ନଦୀବନ୍ଧ

ଦଶରଥପୁର(ବଡ଼ ଖବର ବ୍ୟୁରୋ): ନିମ୍ନମାନର କାମ ଯୋଗୁଁ ଧସିଲା ନଦୀବନ୍ଧ। ନଦୀ ବନ୍ଧକୁ ସୁଦୃଢ଼ୀ କରଣ ନିମନ୍ତେ ସରକାର କୋଟି କୋଟି ଟଙ୍କାର ଅର୍ଥ ରାଜ୍ୟ ରାଜକୋଷରୁ ପ୍ରଦାନ କରୁଛନ୍ତି । କିନ୍ତୁ ଠିକାଦାର ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ କରି ଲୁଟ କରୁଛନ୍ତି। ଦଶରଥପୁର ବନ୍ୟାଞ୍ଚଳ ହୋଇଥିବାରୁ ଅସରାଏ ବର୍ଷା ହେଲେ ବନ୍ଧ ଧସି ନଦୀରେ ମିଶିଯାଉଛି । ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ନଦୀ ବନ୍ଧ ଧସିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ କମାରଡିହ ପଂଚାୟତର ବଲରାମପୁର ନିକଟରେ ବୈତରଣୀ ନଦୀ ବନ୍ଧ ଧସିବା ପରେ ଲୋକଙ୍କ ମଧ୍ୟରେ ଛନକା ପସିଯାଇଛି। ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ମରାମତି କାମ ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି ।

ପୁଣି ଧସିଲା ବୈତରଣୀ ନଦୀବନ୍ଧ। ବିପଦରେ ନଦୀ କୁଳିଆ ଲୋକ। ଗତ ସପ୍ତାହେ ଭିତରେ ଦୁଇ ଦୁଇ ଥର ଧସିଲାଣି ନଦୀ ବନ୍ଧ। ଜଳ ସଂପଦ ବିଭାଗର ଦାୟିତ୍ଵ ହୀନତାକୁ ଲୋକେ ଦାୟୀ କରିଥିବା ବେଳେ କାର‌୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ପୂର୍ବରୁ ଦତ୍ତପୁରଠାରେ ୧୦୦ ପୁଂଟରୁ ଅଧିକ ଲମ୍ବ ଧସିଥିଲେ ମଧ୍ୟ ନା ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଇଛି ନା ଜଳ ସମ୍ପଦ ବିଭାଗ ସଜାଗ ହେଇଛି । ଏଭଳି ବାରମ୍ବାର ନଦୀ ବନ୍ଧ ଧସିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ନଦୀବନ୍ଧ କାମ ଆରମ୍ଭ ସମୟରୁ ସ୍ଥାନୀୟ ଲୋକେ ନିମ୍ନ ମାନର କାମ ନେଇ ଅଭିଯୋଗ କରିଥିଲେ।

କିନ୍ତୁ ଜଳ ସମ୍ପଦ ବିଭାଗ ଏ ନେଇ ଗୁରୁତ୍ୱ ନ ଦେବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଜଳସଂପଦ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଚର୍ଚ୍ଚା ହେଉଛି । ବର୍ଷା ଦିନ ପୂର୍ବରୁ ଦୁର୍ବଳ ନଦୀ ବନ୍ଧକୁ ସୁଦୃଢ଼ କରିବା ସହିତ ମରାମତି କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏଥିରେ ଅବହେଳା ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି।

ସେପଟେ ଆଜି ନଦୀ ବନ୍ଧ ଧସିଥିବା ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ମରାମତି କାମ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଚେତୁ ନାହିଁ । ଓଲଟି ନିମ୍ନ ମାନର କାମ କରୁଥିବା ଠିକାଦାରଙ୍କୁ ସୁରକ୍ଷା ଯୋଗାଇବା ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୁର୍ନୀତିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା