Masthead

ଅଜିତ ପାୱାର ଓ ୮ ବିଧାୟକଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କଲା ‘ଏନସିପି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):   ଏକନାଥ ସିନ୍ଦେଙ୍କ ସରକାରରେ ରବିବାର ଯୋଗ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ତାଙ୍କ ସହିତ ଆଉ ୮ ବିଧାୟକ ମଧ୍ୟ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଏନସିପି ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍ ନାର୍‌ୱେକର୍‌ଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନସିପି’ ମୁଖ୍ୟ ଶରଦ ପାୱାରଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି । ଯାହାକୁ ନେଇ ଦଳ ନିର୍ବାଚନ କମିସନକୁ ଜଣାଇଛନ୍ତି ।

ରବିବାର ଦିନ ମହାରାଷ୍ଟ୍ର ‘ଏନସିପି’ ସଭାପତି ଜୟନ୍ତ ପାଟିଲ୍ କହିଛନ୍ତି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର୍ ଓ ଆଉ ୮ଜଣ ବିଧାୟକଙ୍କ ନାଁରେ ଦଳ ଅଯୋଗ୍ୟତା ଆବେଦନ ଦାଖଲ କରିଛି।  ଶରଦ ପାୱାରଙ୍କ ନିର୍ଦେଶାନୁଯାୟୀ ଅଜିତଙ୍କ ସମେତ ‘ଏନସିପି’ର ୯ଜଣ ବିଦ୍ରୋହୀଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ୯ଜଣ ବିଧାୟକଙ୍କୁ ନେଇ ଦଳ ହୋଇପାରିବ ନାହିଁ।  ସେପଟେ ମହାରାଷ୍ଟ୍ର ରାଜନୀତିରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଏନସିପିର କାର୍ୟ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ  । ସେ ଆହୁରି ମଧ୍ୟ କହିଛନ୍ତି ଅଜିତ୍ ପାୱାରଙ୍କ ପ୍ରତି ସର୍ବଦା ତାଙ୍କ ଭଲପାଇବା ରହିଛି । ତାଙ୍କ ସହ କୌଣସି ମତଭେଦ ନାହିଁ । ଯଦି ଅଜିତ ପାୱାର ଫେରନ୍ତି, ବହୁତ ଖୁସି ହେବେ ବୋଲି ସୁପ୍ରିୟା କହିଛନ୍ତି । ଅଜିତ ପାୱାର ଏବେବି ତାଙ୍କ ଭାଇ ହୋଇ ରହିଛନ୍ତି । ଆଗକୁ ମଧ୍ୟ ଉଭୟଙ୍କ ସର୍ମ୍ପକ ଭଲ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା