ଜ୍ଞାନବାପୀ ମସଜିଦ୍ ପରିସରରେ ଏଏସଆଇ ସର୍ଭେ କରିବାକୁ ଅନୁମତି

ବାରଣାସୀ (ବଡ଼ ଖବର ବ୍ୟୁରୋ): ଜ୍ଞାନବାପୀ ମସଜିଦ୍ ମାମଲାରେ ବଡ ଫଇସଲା ଶୁଣାଇଛନ୍ତି ବାରଣାସୀ କୋର୍ଟ । ଜ୍ଞାନବାପୀ ମସଜିଦ୍ ପରିସରରେ ଏଏସଆଇ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । କେବଳ ବିବାଦୀୟ ସ୍ଥାନକୁ ଛାଡି ଏଏସଆଇ ଜ୍ଞାନବାପୀ ମନ୍ଦିର ପରିସରରେ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବାରଣାସୀ କୋର୍ଟ । ଜ୍ଞାନବାପୀ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ ଫଇସଲାର କପି ପଢି ଶୁଣାଇଛନ୍ତି । ଏଥିରେ କୋର୍ଟ ଏଏସଆଇକୁ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଥିବା କୁହାଯାଇଛି । ତେବେ ବିବାଦୀୟ ସ୍ଥାନକୁ ଛାଡି ଏଏସଆଇ ସମସ୍ତ ଅଞ୍ଚଳରେ ସର୍ଭେ କରିପାରିବ । ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ କରିଥିଲେ ବାରଣାସୀ କୋର୍ଟ । ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’