Masthead

ସାଇକେଲକୁ ପିଟିଲା ବାଇକ, ଜଣେମୃତ ଜଣେ ଆହତ

କଟକ(ବଡ଼ଖବର ବ୍ୟୁରୋ): କଟକ ଚାନ୍ଦବାଲି ରାସ୍ତାର ଆଳି ଆଇଟିଆଇ କଲେଜ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କାଦେଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ବଳଭଦ୍ରପୁର ଶାସନ ଗ୍ରାମର ଶିକ୍ଷକ ରମାକାନ୍ତ ମିଶ୍ର ମଧ୍ୟରାତ୍ରରେ ସାଇକେଲ ନେଇ ନିଆଳ ହାଟକୁ ଆସୁଥିବାବେଳେ କେନ୍ଦ୍ରପଡାରୁ ବାଇକ ନେଇ ଆଳିକୁ ଆସୁଥିବା ସେକ ରିଆସତ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ । ସେକ ରିଆସତ ଅବସ୍ଥା ଗୁରୁତର ଥିବାରୁ ଦମକଳ ବାହିନୀ ତାଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରି କେନ୍ଦ୍ରାପଡ଼ା ମେଡିକାଲ ପଠାଇ ଦେଇଥିଲେ । ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ରମାକାନ୍ତ ମିଶ୍ର ଆଳି ମେଡିକାଲରେ  ଚିକିତ୍ସିତ  ହୋଇ ଘରକୁ ଫେରିଛନ୍ତି । କଟକ ଚାନ୍ଦବାଲି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ଏକ ଚିନ୍ତାର ବିଷୟ ପାଲଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ