Masthead

ଚାଲିଥିଲା ଦେହ ବେପାର, ମାଡି ବସିଲା ପୋଲିସ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦେହ ବେପାର ବେଳେ ଚଢ଼ାଉ କଲା ମାଲକାନଗିରି ପୋଲିସ । ୨ ଦେହଜୀବୀ ଓ ୨ ଗ୍ରାହକ ଗିରଫ । ଜଣେ ମହିଳା କିଙ୍ଗପିନ ଓ ପୁରୁଷ ମାଷ୍ଟରମାଇଣ୍ଡ ଗିରଫ । ଜିଲ୍ଲା ସଦରରେ ଥିବା ପାତ୍ରଗୁଡାରେ ଏକ ଭଡା ଘରେ ଏହି ଦେହ ବ୍ୟାପାର ଚାଲିଥିବା ବେଳେ ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ। ତେବେ ଏହି ଦେହ ବ୍ୟାପାର ଅନେକ ଦିନ ଧରି ଏଠାରେ ଚାଲିଥିବା ବେଳେ ପୋଲିସ ବିଶେଷ ସୂତ୍ରରୁ ଏହି ଖବର ପାଇ ଚଢ଼ାଉ କରିଥିଲେ।

ଏହି ଚଢ଼ାଉ ବେଳେ ୨ଦେହଜୀବୀଙ୍କୁ ଗିରଫ କରାଯାଇଛି । ସେହିପରି ୨ ଦେହ ବେପାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ମଧ୍ୟ ଗିରଫ ହୋଇଛି। ତେବେ ଏହି ରାଣୀ ମହୁମାଛି ପୂର୍ବରୁ ମଧ୍ୟ ଥରେ ଗିରଫ ହୋଇଥିବା ଜଣାପଡିଛି। ସେହିପରି ଗିରଫ ଦୁଇ ଦେହଜୀବୀ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଗିରଫ ଗ୍ରାହକମାନେ ଛତିଶଗଡର ସୁକୁମା ଜିଲ୍ଲାର ବୋଲି ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ