Masthead

ମହାରାଷ୍ଟ୍ର ପଲିଟିକ୍ସ, ଦଳରୁ ବିଦା ହେଲେ ପ୍ରଫୁଲ୍ଲ ପଟେଲ ଓ ସୁନୀଲ ତଟକରେ

ମହାରାଷ୍ଟ୍ର  (ବଡ଼ ଖବର ବ୍ୟୁରୋ): ଏବେ ବି ସରଗରମ ରହିଛି ମହାରାଷ୍ଟ୍ର ରାଜନୀତି । ଚାଚା –ଭତିଜା ଭିତରେ ଚାଲିଛି ଅଙ୍କ କଷାକଷି । ଗତକାଲି ଠାରୁ ପାୱାରଙ୍କ ପରିବାରରେ ରାଜନୈତିକ ଝଡ଼ ଓ ବଳ କଷା ଆରମ୍ଭ ହୋଇଯାଇଛି। ଦଳ କାହା କବଜାରେ ରହିବ ତାହାକୁ ନେଇ ଉଭୟ ଦାଦା ଶରଦ ଏବଂ ପୁତୁରା ଅଜିତଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ଏନସିପି ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ସାଂସଦ ତଥା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ ସୁନୀଲ ତଟକରେଙ୍କୁ ଦଳରୁ ବିଦା କରାଯାଇଛି ।ସେହିପରି ଶପଥ ଗ୍ରହଣ ସମାରୋହକୁ ଯାଇଥିବା ଆଉ ତିନି ନେତା ଶିବାଜୀ ରାଓ ଗର୍ଜେ, ବିଜୟ ଦେଶମୁଖ ଓ ନରେନ୍ଦ୍ର ରାଣେ ଦଳରୁ ବିଦା ହୋଇଛନ୍ତି । ଏହା ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବା ଲାଗି ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା