Masthead

ଜନ୍ମ ମାଟିରୁ ଆଶୀର୍ବାଦ ଭିକ୍ଷା କଲେ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅବିନାଶ ସାମଲ । ରାଜନୀତିରେ ନୂଆ କରି ପାଦ ଦେଇଥିବା ଅବିନାଶ ଏଥର ସାଂସଦ ପ୍ରାର୍ଥୀ ଭାବରେ ବିଜେଡି ଟିକେଟ୍ ହାତେଇଛନ୍ତି। ତେଣୁ ସେ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀର ନିଜ ଜନ୍ମମାଟି ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ନିଜ ଗାଁ ର ଗୁରୁଜନ, ମା, ମାଉସୀ, ଭାଇ, ଭଉଣୀମାନଙ୍କର ଆଶୀର୍ବାଦ କାମନା କରିଥିଲେ ।

ନିଜ ଗ୍ରାମରୁ ଆଶୀର୍ବାଦ ମିଳିଲେ ସେ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ରାଜନୈତିକ ଅଭିଜ୍ଞତା ନଥିବା ଅବିନାଶ ହେଉଛନ୍ତି ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲଙ୍କର ପୁତୁରା । ତେଣୁ ଦାଦାଙ୍କ ସାଙ୍ଗରେ ମିଶି ଅବିନାଶ ପ୍ରଚାର ମୈଇଦାନକୁ ଏଥର ଓହ୍ଲାଇଛନ୍ତି। ଗ୍ରାମ ମାଟିରେ ଢେଙ୍କାନାଳ ବିଧାୟକ ପ୍ରାର୍ଥୀ ସୁଧିର ସାମଲ ଭାବ ବିଭୋର ହୋଇ କାନ୍ଦି ପକାର ଥିଲେ ।

ସେ କହିଥିଲେ ମୋ ଗାଁ ମୋ ନିର୍ବାଚନମଣ୍ଡଳି ଭିତରେ ଯାଉ ନଥିଲ ମଧ୍ୟ ଏହା ହିନ୍ଦୋଳ ନିର୍ବାଚନମଣ୍ଡଳି ରେ ଯାଇଛି । ଗ୍ରାମର ସମସ୍ତଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଜଣେ ଯୁବକ ମୋର ପୁତୁରା ଅବିନାଶ ଉପରେ ଭରସା କରି ସାଂସଦ ପ୍ରାର୍ଥୀ କରିଛନ୍ତି ଆପଣ ମାନେ ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଉଭୟଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀକୁ ପଷ୍ଠ ଥର ମୁଖ୍ୟ ମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । ପରେ ଓଡାପଡ଼ା ବ୍ଳକ ୧ନଂ ଜିଲ୍ଲା ପରିଷଦ ଜୋନ କଣ୍ଟାବଣିଆ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଥିଲା । ଏହି ସଭାରେ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲଙ୍କୁ ବିପୁଳ ସଂଖାରେ ସମ୍ବର୍ଦ୍ଧନା କରିବା ସହ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗଙ୍ଗାଧର ସାମଲ, ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସ୍ଥାନୀୟ ଅଞ୍ଚଳର ପ୍ରାୟ ୨ହଜାର ରୁ ଅଧିକ ପୁରୁଷ, ମହିଳା, ଓ ଯୁବକ , ଯୁବତୀ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା