Masthead

ଶୀତଳ ଭଣ୍ଡାରର ଅଭାବ, ଆକାଶଛୁଆଁ ପରିବା ଦର

ସୁନ୍ଦଋଗଡ(ବଡ଼ ଖବର ବ୍ୟୁରୋ): ସବୁଆଡେ ପରିବାଦର ଏବେ ଆକାଶ ଛୁଆଁ । ସାଧାରଣ ବର୍ଗର ଲୋକ ଏବେ ଏତେ ଚଢା ଦରରେ ପରିବା କିଣିବା ପାଇଁ ଅକ୍ଷମ ହେଉଛନ୍ତି । ଷ୍ଟିଲସିଟି ରାଉଲକେଲାରେ ମଧ୍ୟ ଏଥିରୁ ବାଦ ପଡିନି । ଏଠାରେ ମଧ୍ୟ ପରିବାଦର ଆକାଶଛୁଆଁ ରହିଛି । ଯାହା ଲୋକଙ୍କୁ ପକେଟକୁ ବାଧୁଛି କାରଣ ଏଠାରେ ଅଧିକାଂଶ ଦୈନିକ ଖଟିକିଆ ଶ୍ରେଣୀର ଅଟନ୍ତି । ଚିନ୍ତାର କାରଣ ଏହାକି ଏଠାରେ ରହୁଥିବା ଚାଷୀମାନେ ବିଭିନ୍ନ ପ୍ରକାରର ପରିବା ଚାଷ କରି ସେଥିରୁ କିଛି ଲାଭ କମାଇ ଥାଆନ୍ତି । କିନ୍ତୁ ଅତ୍ୟଧିକ ପରିବା ଉତ୍ପନ ହେଲେ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ଶୀତଳ ଭଣ୍ଡାରର ଅଭାବ ଥିବାରୁ ପରିବା ଗୁଡିକୁ ଫୋପଡା ଯାଏ । ଚାଷୀମାନଙ୍କୁ ଯଦି ବ୍ଳକ ସ୍ତରୀୟ ଶୀତଳ ଭଣ୍ଡାର ସମେତ ସବସିଡି ଯୋଗାଇ ଦିଆଯିବ ତେବେ ଏଠାକାର ଚାଷୀ ଅନେକ ଚାଷ ଉପାର୍ଜନ କରି ଏହାର ସଠିକ ମୂଲ୍ୟ ପାଇପାରନ୍ତେ । ଏବଂ ରାଉଲକେଲାବାସୀଙ୍କୁ କମ୍ ଦରରେ ବର୍ଷ ତମାମ୍ ପରିବା ମିଳିବାରେ ଅଦୁବିଧାର ସମ୍ମୁଖୀନ ହେବାକୁ ପଡନ୍ତା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ