Masthead

ଜିଲ୍ଲାପାଳ ଅଫିସ୍ ଘେରିଲା ଆଦିବାସୀ ମହାସଂଘ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳ ଅଫିସ୍ ଘେରିଲା ଆଦିବାସୀ ମହାସଂଘ ।ନୂଆପଡ଼ା ଜିଲ୍ଲା କଲ୍ୟାଣପୁର ଗାଁର ଜଗଦୀଶ ଚୌହାନଙ୍କ ଆତ୍ମହତ୍ୟା ପରେ ବହୁ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିରୋଧୀ ବିଜେପି ଏହାକୁ କରିଛି ମୁଖ୍ୟ ପ୍ରସଙ୍ଗ । ରାଜ୍ୟ ସରକାର ତହସିଲଦାର ଦେବେନ୍ଦ୍ର ରାଉତକୁ ନିଲମ୍ବନ କରିଛନ୍ତି । ଅନ୍ୟପଟେ ମୃତ ଜଗଦୀଶଙ୍କ ମାଆ ନୂଆପଡ଼ା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଅଶେଶା ବାଗଙ୍କ ନାଁ ରେ ଥାନାରେ ଏତଲା ଦେଇଥିଲେ । ସରକାର କେବଳ ତହସିଲଦାରଙ୍କୁ କାହିଁକି ନିଲମ୍ବନ କଲେ ବୋଲି ପ୍ରଶ୍ନ କରିଛି ଅଧିବାସୀ କଲ୍ୟାଣ ମହାସଂଘ । ଆଜି ଜିଲ୍ଲାର ଶତାଧିକ ଆଦିବାସୀ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି । ଅତିରିକ୍ତ ତହସିଲଦାରଙ୍କ ବହିଷ୍କାର ଦାବି କରିଛି ମହାସଂଘ ।

ଜଗଦୀଶ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସରକାରଙ୍କୁ ଦାବି କରିଛି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଅନୁସୂଚିତ ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ । ପ୍ରଶାସନିକ ଅବହେଳା ପାଇଁ ଜଗଦୀଶ ଆତ୍ମାହୁତି କରିବାକୁ ବାଧ୍ୟ ହେଲେ ବୋଲି ବିଜେପି ଅଭିଯୋଗ କରିଛି ।ପ୍ରଭାବଶାଳୀ ଲୋକଙ୍କ କାମ ମାତ୍ର ଗୋଟିଏ ଦିନରେ ହେଉଥିବା ବେଳେ ଜଗଦ୍ଦୀଶ ଚୌହାନଙ୍କ ଭଳି ଲୋକର କାମ କରିବାକୁ ପ୍ରଶାସନିକ ଅଧିକାରୀମାନେ ସମୟ ଗଡାଇ ଚାଲୁଛନ୍ତି । ଏହି ପ୍ରସଙ୍ଗରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ୟ ଅଫିସରମାନେ ସଚେତନ ହେବେ । ନହେଲେ ଜଗଦ୍ଦୀଶଙ୍କ ଭଳି କହୁ ଲୋକଙ୍କ ଜୀବନ ଅକାଳରେ ଝଡିପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା