Masthead

ଫିଲ୍ମକୁ ନେଇ ମନ୍ତ୍ରୀଙ୍କୁ ବିରୋଧ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ ): ଓଡିଶାର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିଥିବା ନୂଆ ସିନେମା ‘ ପ୍ରିୟେ ତୁ ମୋ ସିଏ’କୁ ନେଇ ତେଜୁଛି ବିବାଦ । ସାରା ରାଜ୍ୟରେ ଏହାକୁ ନେଇ ବିରୋଧ ଦେଖାଦେଇଛି । ଏହି ଫିଲ୍ମର ପ୍ରଯୋଜକ ସୁକିନ୍ଦାର ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କ ଧର୍ମ ପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟ ଫିଲ୍ମରେ ଅନୁସୂଚିତ ଜାତିବର୍ଗଙ୍କୁ ନିଚ ଦେଖାଇଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଫିଲ୍ମ ନିର୍ମାତା ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ଫିଲ୍ମ ହିରୋଇନ ଏଲିନା ସାମନ୍ତାରାୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବାବେଳେ ଆଜି ସୁକିନ୍ଦା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଟାର୍ଗେଟ କରାଯାଇଛି । ବିଧାୟକଙ୍କ ପତ୍ନୀ ସିନେମାରେ ଏଭଳି ଶବ୍ଦ ବ୍ୟବହାର କରି ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଆଘାତ ଦେଇଥିବାବେଳେ ମନ୍ତ୍ରୀ ଏ ପ୍ରସଙ୍ଗରେ ନୀରବ ରହିବାଟା ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଆଘାତ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହାସହ ସୁକିନ୍ଦାର ପ୍ରତ୍ୟେକଟି ଗାଁରେ ଥିବା ଅନୁସୂଚିତ ଜାତିର ବସ୍ତିକୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଗଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ